ବୀର ଚକରା ବିଷୋୟୀଙ୍କ ଜୟନ୍ତୀ ପାଳିତ
ଗାଙ୍ଗପୁର,(ସନ୍ତୋଷ ବିଷୋୟୀ): ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ନେଟେଙ୍ଗା ଚକରା ବିଷୋୟୀଙ୍କ କ୍ଲବ ତରଫରୁ ବୀପ୍ଲବୀ ବୀର ଚକରା ବିଷୋୟୀଙ୍କ ଜନ୍ମ ଜୟନ୍ତୀ ପୂର୍ବତନ ସଂରପଞ୍ଚ ବ୍ୟୈଦନାଥ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ୍ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷାବିତ ଅଭିମନ୍ୟୁ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହ ଉଦ୍ଘ୍ଧାଟନ୍ କରିଥିଲେ । ମୁଖ୍ୟ ବକ୍ତା ଭାବେ ଭଞ୍ଜନଗର ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା ଯୋଗଦେଇ ଚକରା ବିଷୋୟୀ ୧୩ବର୍ଷ ବୟସରୁ କନ୍ଧ ଓ ବିଭିନ୍ନ ସମାଜର ଯୁବକଙ୍କୁ ସଂଗଠିତ କରି ଇଂରେଜ ଶାସନ ବିରୋଧରେ ନିଜର ବୀରତ୍ୱ ଦେଖାଇ କିପରି ଯୁଦ୍ଧ ଘୋଷଣା କରିଥିଲେ ଏ ନେଇ ବିସ୍ତୃତ ଭାବେ ପ୍ରକାଶ କରିଥିଲେ ।ସମ୍ମାନିତ ଅତିଥି ଭାବେ ବେଲଗୁଣ୍ଠା ପ୍ରେସ୍ କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ନାଟେଙ୍ଗା ସରପଞ୍ଚ ପ୍ରହଲ୍ଲାଦ ଲେଙ୍କା,ସମିତି ସଭ୍ୟ ଦେବେନ୍ଦ୍ର କୁମାର ଗୌଡ, ଚକରା ବିଷୋୟୀ କ୍ଳବ ସଭାପତି ରଞ୍ଜିତ କୁମାର ପାତ୍ର, ସମ୍ପାଦକ ରାଜେନ୍ଦ୍ର ଲେଙ୍କା, ଉପସଭାପତି ସୁଧାଂସୁ ଶେଖର ଖଣ୍ଡୁଆଳ,ସହସଂପାଦକ ଅନ୍ତର୍ଯ୍ୟାମୀ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ ।ଜୟନ୍ତୀ ଅବସରରେ ବିଭିନ୍ନ ସ୍କୁଲ୍ ଛାତ୍ରଛାତ୍ରୀଙ୍କୁ ନେଇ ସଂଗୀତ,ବତ୍କୃତା ଓ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ।କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।ଏଥିରେ କ୍ଳବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।