ବୁଗୁଡାରେ ମହାସମାରୋହରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ଥାନୀୟ ବଡ଼ଦାଣ୍ଡ ଠାରେ ସ୍ୱାୟତ୍ତ ଶାସନ ଦିବସ ଅଗଷ୍ଟ ୩୧ ତାରିଖ ଦିନ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଏନଏସି କାର୍ଯ୍ୟାଳୟରେ ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ ଜାତୀୟ ପତାକା ଉତ୍ତୋଳନ ହୋଇଥିଲା । ଏହା ସହିତ ବସଷ୍ଟାଣ୍ଡରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହାପରେ ଏକ ସାଧାରଣ ସଭାର ଆୟୋଜନ ହୋଇଥିଲା । ବୁଗୁଡା ଏନ୍ଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାଧାରଣ ସଭାରେ ଓଡିଶା ସରକାରଙ୍କ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ମାନ୍ୟବର ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ସ୍ୱାୟତ୍ତ ଶାସନ ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ବୁଗୁଡା ଏନଏସିକୁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରୁ ଗୁଡିଏ ପ୍ରକଳ୍ପ ମାନ୍ୟବର ମୁଖ୍ୟମନ୍ତ୍ରୀ ଭେଟି ଦେଇଥିବା ଶ୍ରମ ମନ୍ତ୍ରୀ ପ୍ରକାଶ କରିଥିଲେ । ବୁଗୁଡା ଏନ୍ଏସିରେ ଇନ ଡୋର ଷ୍ଟାଡିୟମ୍ ନିର୍ମାଣ, ଆବାସ ଯୋଜନାରେ ଗୃହ ଆବଣ୍ଟନ, ଗୁରୁତର ରୋଗୀଙ୍କ ଚିକିତ୍ସା ସୁବିଧା ନିମନ୍ତେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନ, ବୁଗୁଡା ରେ ଏକ ବାଇପାସ ରାସ୍ତା ନିର୍ମାଣ ସମେତ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ହାତକୁ ନିଆଯାଇଥିବା ମନ୍ତ୍ରୀ ପ୍ରକାଶ କହିଥିଲେ । ଦଳ ମତ ନିର୍ବିଶେଷରେ ସମସ୍ତ ଯୋଗ୍ୟ ହିତାଧୀକାରୀ ମାନଙ୍କୁ ଚିହ୍ନଟ କରି ସେବା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ ମନ୍ତ୍ରୀଙ୍କ ପାଖରେ ନୂତନ ଏନ୍ଏସି ଗୃହ ନିର୍ମାଣ, ୩ ଗୋଟି ଆଦର୍ଶ ସ୍ମଶାନ ନିର୍ମାଣ, ବାଲିପିଣ୍ଡିବନ୍ଧ ଠାରୁ ବେଙ୍ଗେଇବନ୍ଧ ପର୍ଯ୍ୟନ୍ତ ପାଇପ ଦ୍ବାରା ଜଳ ଯୋଗାଣ, ଅମୃତ ଯୋଜନାରେ ବାଘୁଆ ଜଳଭଣ୍ଡାରରୁ ବୁଗୁଡାକୁ ଜଳ ଯୋଗାଣ, ଓ୍ବାର୍ଡ ନମ୍ବର ୫, ୭, ୯, ଓ ୧୧ ରେ ମିଶନଶକ୍ତି ଗୃହ ନିର୍ମାଣ, ହାଇସ୍କୁଲ ଛକଠାରୁ ବଡ଼ଶଙ୍ଖ ପର୍ଯ୍ୟନ୍ତ ମୁଖ୍ୟ ସଡ଼କରେ ଡିଭାଇଡର ନିର୍ମାଣ, ଓ ମେଡ଼ିକାଲ ପାର୍ଶ୍ବରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ପାଇଁ ପ୍ରସ୍ତାବ ରଖିଥିଲେ।ଉପାଧ୍ୟକ୍ଷ ଗୀତାଞ୍ଜଳୀ ପାଢ଼ୀ, କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ଦାଶ, ତହସିଲଦାର ସଂଗ୍ରାମ କେଶରୀ ଜେନା, ବୁଗୁଡା ପୋଲିସ ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା, ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି କେ.ନୀଳମାଧବ ଆଚାରୀ, ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର ସମେତ ପରିଷଦର ସମସ୍ତ କାଉନସିଲର ଓ ବୁଦ୍ଧିଜୀବୀ ବୃନ୍ଦ ମଞ୍ଚାସୀନ ଥିଲେ। ବୁଗୁଡା ଏନ୍ଏସିର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଏନ୍ଏସି ଅଧ୍ୟକ୍ଷ ଓ ଉପାଧ୍ଯକ୍ଷା ଏବଂ କାର୍ଯ୍ୟନିର୍ବାହୀ ଅଧିକାର ବୁଗୁଡା ନଗରବାସୀଙ୍କ ସହଯୋଗ କାମନା କରିଥିଲେ । ଏହି ଅବସରରେ ବୁଗୁଡା ଅଞ୍ଚଳର ଶିକ୍ଷାବିତ, କଳାକାର, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ଓ ସମାଜସେବୀ ମାନଙ୍କୁ ନିଜର ଉକୃଷ୍ଟ ସେବା ପ୍ରଦାନ ନିମନ୍ତେ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଦ୍ଵାରା ସମ୍ମାନୀତ କରାଯାଇଥିଲା । ଏହା ସହିତ ବୁଗୁଡା ନଗରର ସମସ୍ତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ପ୍ରମୁଖଙ୍କୁ ସମ୍ମାନୀତ କରାଯାଇଥିଲା । ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତାରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହାସହ ହିତାଧୀକାରୀ ମାନଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା । ସଂଧ୍ୟାରେ ବୁଗୁଡା ଅଞ୍ଚଳର କୁନିକୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥଲା । ବୁଗୁଡା ଅଞ୍ଚଳର ବହୁ ଜନସାଧାରଣ ଉପସ୍ଥିତ ଥିବା ବେଳେ ଏନ୍ଏସିର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ