୧୯ ବର୍ଷରୁ କମ୍ ବିଶ୍ବକପ୍ ଫାଇନାଲ,ଭାରତ ଓ ବାଂଲାଦେଶ ଦଳ ମଧ୍ୟରେ ମହାମୁକାବିଲା

ପୋଚେଫ୍ଷ୍ଟ୍ରୁମ୍- ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ବକପ୍ର ଫାଇନାଲ ମ୍ୟାଚ୍ ରେ  ରବିବାର ଭାରତ ଓ ବାଂଲାଦେଶ ଦଳ ମଧ୍ୟରେ ମୁକାବିଲା ହେବ। ଭାରତୀୟ ଦଳ ପୂର୍ବରୁ ୪ଥର ଏହି ବିଶ୍ବକପ୍ ଚମ୍ପିଆନ୍ ହୋଇଥିବା ବେଳେ ରବିବାର ୫ମ ଥର ପାଇଁ ଟାଇଟଲ୍ ହାସଲ କରିବାକୁ ଚେଷ୍ଟା କରିବ। ଅନ୍ୟପକ୍ଷରେ ବାଂଲାଦେଶ ପ୍ରଥମଥର ପାଇଁ ଫାଇନାଲରେ ପ୍ରବେଶ କରିଥିବା ବେଳେ ଏହି ଦଳ କିପରି ପ୍ରଦର୍ଶନ କରୁଛି ତାହା ଉପରେ ସମସ୍ତଙ୍କ ନଜର ରହିବ। ୨୦୧୮ରେ ୧୯ ବର୍ଷରୁ କମ୍ ବିଶ୍ବକପ୍ରେ ଭାରତ ତରଫରୁ ପୃଥ୍ବୀ ସ ‘ ଓ ଶୁବମାନ୍ ଗିଲ୍ ପ୍ରମୁଖ ଖେଳିଥିଲେ। ବର୍ତ୍ତମାନ ଏହି ଦୁଇ କ୍ରିକେଟର୍ ସିନିୟର ଦଳରେ ସାମିଲ ହୋଇଥିବା ବେଳେ ଚଳିତ ବିଶ୍ବକପ୍ ରେ ଭାରତୀୟ ଦଳ ତରଫରୁ ଖେଳୁଥିବା ଓପନର୍ ଯଶସ୍ବୀ ଜୟସ୍ବାଲ୍, ସ୍ପିନର ରବି ବିଷ୍ଣୋଇ ଓ ଦ୍ରୁତ ବୋଲର କାର୍ତ୍ତିକ ତ୍ୟାଗୀ ନିଜ ପ୍ରଦର୍ଶନ ବଳରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏମାନେ ଆଗାମୀ ଦିନରେ ଭାରତୀୟ ସିନିୟର ଦଳରେ ସ୍ଥାନ ପାଇବେ ବୋଲି ଆଶା କରାଯାଉଛି। ରବିବାର ଖେଳାଯିବାକୁ ଥିବା ଫାଇନାଲରେ ଭାରତୀୟ ଦଳ ଚମ୍ପିଆନ୍ ହେବ ବୋଲି ସମସ୍ତେ ଆଶା ରଖିଥିବା ବେଳେ ବାଂଲାଦେଶ ଦଳ ଲଢୁଆ ପ୍ରଦର୍ଶନ କରିପାରେ ବୋଲି କ୍ରିକେଟ୍ ପଣ୍ଡିତମାନେ ଆଶା ରଖିଛନ୍ତି। ଭାରତୀୟ ଦଳ ସେମିଫାଇନାଲରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ୧୦ ୱିକେଟ୍ରେ ପରାସ୍ତ କରିଥିଲା ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ