ବୁଗୁଡା ବ୍ଲକରେ ଦ୍ଵିତୀୟ ଦଫା ସାମର୍ଥ୍ୟ ତାଲିମ ଶିବିର

ବୁଗୁଡ଼ା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଳକର ବୁଗୁଡା ଶିକ୍ଷକ ଭବନରେ ଦ୍ଵିତୀୟ ଦଫାରେ ଫେବୃଆରୀ ୧୬ ତାରିଖ ଦିନ ତିନି ଦିନ ପାଇଁ ସାମର୍ଥ୍ୟ ତାଲିମ ଶିବିର ଆରମ୍ଭ ହୋଇଛି। ତାଲିମ କାର୍ଯ୍ୟକ୍ରମକୁ ବୁଗୁଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କେ.ନୀଳମାଧବ ଆଚାରି ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ। ଉଦଘାଟନୀ କାର୍ଯ୍ୟକ୍ରମରେ ଏବିଇଓ ସୀମାଞ୍ଚଳ ସେଠୀ ଓ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ମନୋରଞ୍ଜନ ଦାଶ ଉପସ୍ଥିତ ଥିଲେ। ସାଧନ କର୍ମୀ ଭାବେ ଦିଲ୍ଲୀପ କୁମାର ଗନ୍ତାୟତ, ରଶ୍ମି ରଞ୍ଜନ ଅଟ, କମଳ ଲୋଚନ ପାଣିଗ୍ରାହୀ ଓ ସୋନାଲିନ ପଣ୍ଡା ଶିବିରରେ ଯୋଗଦେଇ ଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ ବୃନ୍ଦଙ୍କୁ ତାଲିମ ପ୍ରଦାନ କରିଥିଲେ। ଦିବ୍ୟାଙ୍ଗଜନ ଅଧିକାର ଅଧିନିୟମ ୨୦୧୬ ପ୍ରକାରେ ୨୧ ପ୍ରକାର ଭିନ୍ନକ୍ଷମଙ୍କୁ ଚିହ୍ନଟ କରି କିପରି ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଇ ପାରିବ ସେହି ବିଷୟ ନେଇ ଫେବୃଆରୀ ୧୬, ୧୭ ଓ ୨୦ ତାରିଖ ତିନି ଦିନ ପାଇଁ ତାଲିମ ପ୍ରଦାନ କରାଯାଉଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ