ପଦ୍ମନାଭପୁର ରେ ବିଜୁ କନ୍ୟାରତ୍ନ ଯୋଜନା ସଚେତନତା କାର୍ଯ୍ୟକ୍ରମ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗୁରୁବାର ବ୍ଲକ ସ୍ତରୀୟ ବିଜୁ କନ୍ୟାରତ୍ନ ଯୋଜନା ଓ ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସିଡ଼ିପିଓ ପୁଷ୍ପାଞ୍ଜଳି ଶତପଥୀ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମରେ ପଦ୍ମନାଭପୁର ପଞ୍ଚାୟତ ସରପଞ୍ଚ ବି . ସନ୍ଧ୍ୟାରାଣୀ ସୁବୁଦ୍ଧି ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଗଞ୍ଜାମ ଜିଲା ଶିିିଶୁ ସୁରକ୍ଷା ସମିତି ର କାର୍ଯ୍ୟକର୍ତ୍ତା ଦେବବ୍ରତ ମହନ୍ତ , ସୁଜିତ କୁମାର ସାହୁ , ମେଡିକାଲ ଅଫିସର ସୁଚିସ୍ମିତା ଚୌଧୁରୀ , ଅଙ୍ଗନୱାଡ଼ି ସୁପରଭାଇଜର ସଞ୍ଜୁଲତା ପାଣିଗ୍ରାହୀ , ଭାଗ୍ଯଲତା ପାତ୍ର , ବବିତା କୁମାରୀ ପଣ୍ଡା , ଶାନ୍ତିଲତା ଶତପଥୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅବସରରେ ଦିଗପହଣ୍ଡି ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଅଧିନରେ ରହିଥିବା ଦିଗପହଣ୍ଡି , ବମକୋଇ , କରପଡା ଓ ପଦ୍ମନାଭପୁର ସେକ୍ଟର ଅଧିନସ୍ଥ କାର୍ଯ୍ୟରତ ଅଙ୍ଗନୱାଡ଼ି କର୍ମୀ , ଆଶାକର୍ମୀ ଓ ସ୍ଵାସ୍ଥ୍ୟ କର୍ମୀ ମାନଙ୍କୁ ଶିଶୁ ସୁରକ୍ଷାର ସଫଳ ରୂପାୟନ ନିମନ୍ତେ ବାଲ୍ୟବିବାହ ର କୁପରିଣାମ ସମ୍ପର୍କରେ କିଶୋରୀ କିଶୋର , ଯୁବତୀ ଯୁବକ ମାନଙ୍କୁ ସଚେତନ କରାଯିବା , ଲିଙ୍ଗଭେଦ ଦୂର କରିବା , କନ୍ୟାଭ୍ରୂଣ ହତ୍ୟା ବନ୍ଦ ଆଦି ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସ୍ଥାନୀୟ ଅଞ୍ଚଳରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରୟାସ କରାଯିବା ନିମନ୍ତେ ଶପଥ ପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଅଙ୍ଗନୱାଡି କର୍ମୀ , ଆଶା ଓ ସ୍ଵାସ୍ଥ୍ୟ କର୍ମୀ ବୃନ୍ଦ ଉପସ୍ଥିତ ଥିଲେ ।


