ବୁଗୁଡା ବ୍ଲକ : ବିଜେଡି କର୍ମୀଙ୍କ ଦେହାନ୍ତାରେ ଶୋକର ଛାୟା
ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ବେତାରସିଂ ଗ୍ରାମର ଜଣାଶୁଣା ବିଜୁ ଜନତା ଦଳର ସକ୍ରିୟ ଯୁବ କର୍ମୀ ମନୋଜ କୁମାର ଖଣ୍ଡେଇଙ୍କ ମୃତ୍ୟୁରେ ଶୋକର ଛାୟା ଖେଳିଯାଇଛି। ମନୋଜ ଗତ ଡିସେମ୍ବର ୧୯ ତାରିଖ ଦିନ ବ୍ରହ୍ମପୁରରୁ ନିଜ ଗ୍ରାମକୁ ଫେରିବା ସମୟରେ ସନ୍ଧ୍ୟା ସନୟରେ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ତାରାତାରିଣୀ ଛକ ନିକଟରେ ନିଜର ବାଇକ ଏକ କଲଭର୍ଟକୁ ପିଟିହୋଇ ଗୁରୁତର ଆହତ ହୋଇ ପ୍ରଥମେ ବ୍ରହ୍ମପୁର ବଡ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ସେଠାରୁ ମନୋଜଙ୍କୁ ଭୁବନେଶ୍ୱର ସମ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଡିସେମ୍ବର ୨୮ ତାରିଖ ରାତ୍ର ପ୍ରାୟ ରାତ୍ର ୧୧ ଟା ସମୟରେ ମୃତ୍ୟୁ ଘଟିଥିଲା। ଆଜି ଡିସେମ୍ବର ୨୯ ତାରିଖ ଦିନ ସନ୍ଧ୍ୟା ୫ ଟା ପରେ ନିଜ ଗ୍ରାମରେ ମର ଶରୀର ପହଞ୍ଚିଥିବା ବେଳେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ନିଜ ଗ୍ରାମରେ ସଂସ୍କାର କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ସେ ଅବିବାହିତ ଥିବା ଜଣାପଡିଛି। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଗଭୀର ଶୋକ ପ୍ରକାଶ କରିଥିବା ବେଳେ ବୁଗୁଡା ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା, ବୁଗୁଡା ନଗର ବିଜେଡି ସଭାପତି କେ.ତ୍ରିଲୋଚନ ଦୋରା, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କେ.ନୀଳମାଧବ ଆଚାରୀ, ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ଉପାଧ୍ୟକ୍ଷାଙ୍କ ପ୍ରତିନିଧି ସୁଧାଂଶୁ ଶେଖର ପାଢ଼ୀ, ପୋଲାବନ୍ଧ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ଟୁକୁନା ଜେନା, ପୂର୍ବତନ ସରପଞ୍ଚ ବସନ୍ତ କୁମାର ସାମଲ ପ୍ରମୁଖଙ୍କ ସମେତ ବହୁ ବିଜେଡି ନେତା ଓ କର୍ମୀ ଶବ ସଂସ୍କାର ସମୟରେ ଉପସ୍ଥିତ ଥିଲେ।


