ବୁଗୁଡା ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” ଅନୁଷ୍ଠିତ
ବୁଗୁଡ଼ା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ଗୁଗୁଡା ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” ଅକ୍ଟୋବର ୧୮ ତାରିଖ ଦିନ ବି.ଡି.ପୁର ବୁଦ୍ଧଗିରି ବିଦ୍ୟାପୀଠରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ସ୍ତରୀୟ ଏହି କାର୍ଯ୍ୟକ୍ରମକୁ ପୋଲସରା ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ବୁଗୁଡା ବିଇଓ ଚିନ୍ମୟ ମହାପାତ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ସମ୍ମାନୀତ ଅତିଥି ଭାବେ ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶନୀ ଆଚାରୀ, ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ବୁଗୁଡା ଏବିଇଓ ସୀମାଞ୍ଚଳ ସେଠୀ ଓ ଅମିତା କୁମାରୀ ତ୍ରିପାଠୀ ଏବଂ ବୁଦ୍ଧଗିରି ବିଦ୍ୟାପୀଠର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଭୁତି ଭୂଷଣ ପ୍ରଧାନ ଯୋଗଦେଇଥିଲେ। କ୍ଲଷ୍ଟର ସ୍ତରୀୟ ସୁରଭି ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ବୃନ୍ଦ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବନ୍ଧ, କୁଇଜ, ସୃଜନ ଲିଖନ, ଚିତ୍ରାଙ୍କନ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବ୍ଲକ ସ୍ତରରେ ଯେଉଁ ଛାତ୍ରଛାତ୍ରୀ ମାନେ କୃତିତ୍ବ ହାସଲ କରିଛନ୍ତି ସେମାନଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ବ୍ଲକ ସ୍ତରରେ ଯେଉଁମାନେ ପ୍ରଥମ ହୋଇଛନ୍ତି ସେମାନେ ଜିଲ୍ଲା ସ୍ତରୀୟ ପ୍ରତି ଯୋଗୀତରେ ଯୋଗଦେବା ପାଇଁ ଯୋଗ୍ୟ ବିବେଚିତ ହେଲେ। ବୁଗୁଡା ସିଆରସିସି କିରଣବାଳା ତ୍ରିପାଠୀ ଓ ପିପୁଲସ ହାଇସ୍କୁଲ ଏନସିସି ଶିକ୍ଷକ ପ୍ରଶାନ୍ତ କୁମାର ଗୌଡ଼ଙ୍କ ସମେତ ଅନ୍ୟାନ୍ୟ ସିଆରସିସି ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ।