ଛତ୍ରପୁର ଓ ହିଞ୍ଜିଳି ଇନ୍‌ଡୋର ଷ୍ଟାଡିୟମ ପରିଦର୍ଶନ ଅନୁଧ୍ୟାନ କଲେ ରାଜ୍ୟ କ୍ରୀଡା ନିର୍ଦ୍ଦେଶକ 

ଛତ୍ରପୁର,(ଦେବଦତ୍ତ ମହାରଣା) : ରାଜ୍ୟ କ୍ରୀଡା ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ ଆର୍‌.ଭିନୀଲକ୍ରିଷ୍ଣା ଶୁକ୍ରବାର ଦିନିକିଆ ଗଞ୍ଜାମ ଗସ୍ତ କରି ହିଞ୍ଜିଳି ଓ ଛତ୍ରପୁର ଠାରେ ନବନିର୍ମିତ ଇନ୍‌ଡୋର ଷ୍ଟାଡିୟମ ଏବଂ ବ୍ରହ୍ମପୁର ଠାରେ ନିର୍ମାଣଧୀନ ଇନ୍‌ଡୋର ଷ୍ଟାଡିୟମକୁ ପରିଦର୍ଶନ କରିଛନ୍ତି । ଆସନ୍ତାମାସ ୨ ତାରିଖରେ ଛତ୍ରପୁର ଓ ହିଞ୍ଜିଳି ଠାରେ ନିର୍ମିତ ହୋଇଥିବା ଦୁଇଟି ଇନ୍‌ଡୋର ଷ୍ଟାଡିୟମ ଉଦ୍‌ଘାଟିତ ହେବାରୁ ସ୍ଥିର ହୋଇଛି । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଦୁଇଟି ଇନ୍‌ଡୋର ଷ୍ଟାଡିୟମକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟ କ୍ରୀଡା ନିର୍ଦ୍ଦେଶକ ଉଦ୍‌ଘାଟନ ହେବାକୁ ଥିବା ଦୁଇଟି ଇନ୍‌ଡୋର ଷ୍ଟାଡିୟମରୁ ସ୍ଥିତି ଅନୁଧ୍ୟାନ କରିଥିଲେ । ୧୧ କୋଟି ଅନୁଦାନରେ ହିଞ୍ଜିଳି ଠାରେ ନିର୍ମିତ ଇନ୍‌ଡୋର ଷ୍ଟାଡିୟମ ଏବଂ ୨.୦୫ କୋଟି ଅନୁଦାନରେ ନିର୍ମିତ ଛତ୍ରପୁର ଇନ୍‌ଡୋର ଷ୍ଟାଡିୟମକୁ ରାଜ୍ୟ କ୍ରୀଡା ନିର୍ଦ୍ଦେଶକ ପରିଦର୍ଶନ କରି ବାକି ରହିଥିବା କିଛି କିଛି କାମକୁ ୨୯ ତାରିଖ ସୁଦ୍ଧା ସମ୍ପନ୍ନ କରିବାକୁ ପୁର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ୨.୨୬ କୋଟି ଅନୁଦାନରେ ନିର୍ମାଣଧୀନ ବ୍ରହ୍ମପୁର ଇନ୍‌ଡୋର ଷ୍ଟାଡିୟମର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସେ କହିଛନ୍ତି । ସେହିପରି ଛତ୍ରପୁର ସର୍କିଟ ଗୃହ ପରିସରରେ ଥିବା ସୁଇମିଂ ପୁଲ୍‌କୁ ମଧ୍ୟ ପରିଦର୍ଶନ କରି ସେଠାରେ ଏକ ଜିମ୍ ନିର୍ମାଣ କରିବାକୁ ରାଜ୍ୟ କ୍ରୀଡା ନିର୍ଦ୍ଦେଶକ ପରାମର୍ଶ ଦେଇଥିଲେ । ରାଜ୍ୟ କ୍ରୀଡା ନିର୍ଦ୍ଦେଶକଙ୍କ ଏହି ପରିଦର୍ଶନ ବେଳେ ଡିଆରଡିଏ ପିଡି ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ, ବ୍ରହ୍ମପୁର ମହାନଗର ନିଗମ କମିଶନର ଡଃ.ସିଦ୍ଧେଶ୍ୱର ବଳିରାମ ବନ୍ଦାର, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ପୁର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ତପନ କୁମାର ପାଣିଗ୍ରାହୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ଟି.ଲୋକେଶ, ସହକାରୀ ଯନ୍ତ୍ରୀ ଅଶୋକ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ