ନିମାପଡ଼ା କୁ ସବ୍ ଡିଭିଜନ ଓ ଚାରିଛକ କୁ ବ୍ଲକ ଘୋଷଣା ଦାବି

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ର ନିମାପଡ଼ା କୁ ସବ୍ ଡିଭିଜନ ଓ ଚାରିଛକ କୁ ବ୍ଲକ ଘୋଷଣା କରିବାକୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ରାଜ୍ଯ ସରକାର ଙ୍କ ନିକଟରେ ଦାବି କରାଯାଇଛି । ନିମାପଡ଼ା କୁ ସବ୍ ଡିଭିଜନ ଘୋଷଣା କରିବାକୁ ବହୁ ବର୍ଷ ହେବ ଦାବି ହୋଇ ଆସୁଛି। ଏଠାରେ ସବ୍ ଡିଭିଜନ ହେଲେ ଅସ୍ତରଙ୍ଗ, କାକଟପୁର, ଗୋପ, କୋଣାର୍କ, ବଳଙ୍ଗା, ବାମନାଳ, ଖେଲାର ପ୍ରଭୁତି ଅଞ୍ଚଳ ର ଲୋକମାନେ ଆଉ ଅଯଥା ରେ ପୁରୀ ଦୌଡ଼ନ୍ତେ ନାହିଁ କି ଅଧିକ ଖର୍ଚ୍ଚାନ୍ତ ରେ ପଡନ୍ତେ ନାହିଁ। ସେହିପରି ଚାରିଛକ ନିକଟରେ ଥିବା ଭୋଦର ,ବାହାରଣା, କଳାପାଞ୍ଚଣ ,ତୁଳସୀପୁର ,ତମ୍ପାଳୋ ,ଛଣିଜଙ୍ଗ,ତେରୁଣ୍ଡିଆ, ଭୋଗସାଳଦା, ମିଟେଇପୁର ,ଜଙ୍ଗଲବୋରୀ , ଧୁମାଳୋ ,ଇଶାନପୂର,ସୋରଭା, ଦେସ୍ଥଳି,,ବଉଲାଙ୍ଗ ପ୍ରଭୁତି ପଞ୍ଚାୟତ କୁ ନେଇ ଚାରିଛକ କୁ ବ୍ଲକ ଘୋଷଣା ଲାଗି ଅଞ୍ଚଳବାସୀ ଙ୍କ ପକ୍ଷରୁ ଦାବୀ କରାଯାଇଛି। ଚାରିଛକ ର ପାରିପାର୍ଶିକ ସ୍ଥିତି କୁ ଦେଖିଲେ ଏହି ଅଞ୍ଚଳ ବ୍ଲକ ପାଇଁ ଉପଯୁକ୍ତ ବୋଲି ସାମାଜିକ କର୍ମୀ ସନାତନ ପାତ୍ର ଓ ପୂର୍ବତନ ପ୍ରଶାସକ ଚନ୍ଦ୍ରକାନ୍ତ ଦଳାଇ ପ୍ରକାଶ କରିଛନ୍ତି । ନିକଟରେ ସରକାର ଚାରିଛକ ପୋଲିସ ଫାଣ୍ଡି କୁ ଥାନା ର ମାନ୍ୟତା ପ୍ରଦାନ କରିଛନ୍ତି। ଏଠାରେ ବ୍ଲକ ଘୋଷଣା ହେଲେ ପ୍ରଶାସନିକ କାର୍ଯ୍ଯ ଠିକ୍ ଭାବେ ହୋଇପାରିବ ଓ ଅଞ୍ଚଳବାସୀ ସୁବିଧାରେ ଓ ସହଜରେ ସରକାରୀ ସେବା ପାଇପାରିବେ ବୋଲି ବୁଦ୍ଧିଜୀବି ଗୋପୀନାଥ କର, ବନ ବିହାରୀ ଦାଶ , ନିରୋଦ କୁମାର ତ୍ରିପାଠୀ ମତ ପ୍ରକାଶ କରିଛନ୍ତି। ୧୯୫୮ମସିହାରେ ରାଜ୍ୟରେ ୧୨୪ ଟି ବ୍ଲକ ଥିଲା ।୧୯୬୧ମସିହାରେ ଏହାକୁ ବୃଦ୍ଧି କରାଯାଇ ୨୧୪ବ୍ଲକ୍ ହେଲା ।୨୯୬୩ ମସିହାରେ ବ୍ଲକ ପୁନର୍ଗଠନ କରାଯାଇ ୩୦୪ ଓ ୧୯୮୪ ରେ ବ୍ଲକ ୩୧୪ ଟି କରାଯାଇଥିଲା । ୨୦୧୭ ମସିହାରେ ରାଜ୍ୟରେ ପଞ୍ଚାୟତ ପୁନର୍ଗଠନ ହୋଇଥିଲା ।କିନ୍ତୁ ରାଜ୍ୟ ସରକାର ପ୍ରଶାସନର ବିକେନ୍ଦ୍ରୀକରଣ ପାଇଁ ବଡ଼ ବ୍ଲକ ଗୁଡ଼ିକୁ ଭାଙ୍ଗି ପୁନର୍ଗଠନ କରିବା ଏକାନ୍ତ ଆବଶ୍ୟକ ରହିଛି। ଦୀର୍ଘ ବର୍ଷ ହେବ ଆଉ ବ୍ଲକ ପୁନଃର୍ଗଠନ ହୋଇନାହିଁ।ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ବ୍ଲକ ପୁନଃର୍ଗଠନ କାର୍ଯ୍ୟ କରି ଚାରିଛକ କୁ ଏକ ନୂତନ ବ୍ଲକ ଭାବେ ଘୋଷଣା କରିବାକୁ ଅଞ୍ଚଳବାସୀ ଙ୍କ ପକ୍ଷରୁ ଦାବିହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ