ବେଆଇନି ବାଲିବୋଝେଇ ଟ୍ରାକ୍ଟରକୁ ଜବଦ କଲା ତହସିଲ
ହାଟଡ଼ିହି, (ବିକାଶ ବିଶ୍ୱାଳ):ବୈତରଣୀ ନଦୀର ବିଭିନ୍ନ ଘାଟରୁ ଏବେ ବେଆଇନ ବାଲି ଉଠାଣ ହେଉଥିବା ନେଇ ଅଭିଯୋଗ ହୋଇ ଆସୁଛି । ପ୍ରତିଦିନ ବେ ଆଇନ ଭାବେ ଶହଶହ ଟ୍ରାକ୍ଟର ବାଲି ଚାଲାଣ ହେଉଥିବାବେଳେ ତହସିଲ ପ୍ରଶାସନ କି ପୁଲିସ ଏହି ବାଲି ଚାଲାଣ ଉପରେ ରୋକ ଲଗାଇବାକୁ କୌଣସି ପଦକ୍ଷେପ ନେଉ ନଥିବା ବେଳେ ଆଜି ହାଟଡିହି ତହସିଲର ଅତିରିକ୍ତ ତହସିଲଦାର ରଶ୍ମୀ ରଞ୍ଜନ ଦାସ ଅଣା ସମଣା ରାସ୍ତାର ବଡରମ୍ପାସ ନିକଟରୁ ଓଡି୦୯ଏଲ ୯୮୮୦ ନମ୍ବର ବିଶିଷ୍ଟ ଗୋଟିଏ ବାଲିବୋଝେଇ ଟ୍ରାକ୍ଟରକୁ ଜବଦ କରିବାରେ ସଫଳ ହୋଇଥିଲେ । ଟ୍ରାକ୍ଟରଟିକୁ ଜବଦ କରି ତହସିଲ କାର୍ଯ୍ୟାଳୟ ପରିସରକୁ ଆଣିବା ପରେ ୧୮ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଅତିରିକ୍ତ ତହସିଲଦାର ଶ୍ରୀ ଦାସ ସୁଚନା ଦେଇଛନ୍ତି ।


