ଆଦମପୁର ଠାରୁ ଗୋରୁ ଵୋଝେଇ ଗାଡି ଜବତ 

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଥାନା ଵିଷ୍ଣୁପୁର ବଜାର ନିକଟ ଆଦମପୁର ଛକ ଠାରୁ ବୁଧବାର ସନ୍ଧ୍ୟାରେ ଧାମନଗର ପୋଲିସ ଏକ ଵେଆଇନ ଗୋରୁ ଗାଡି ଧରିଵାରେ ସକ୍ଷମ ହୋଇଛି । ଓଡି ୩୩ଏ ୧୫୭୩ ଗାଡିଟି ଗୋରୁ ଵୋଝେଇ କରି ପାଣିକୋଇଲି ପଟୁ ବାଲେଶ୍ଵର ଅଭିମୁଖେ ଯାଉଥିବା ବେଳେ ପୋଲିସ ଏହାକୁ ଧରିଥିଲା । ଥାନାଧିକାରୀ ରତିକାନ୍ତ ଗିରି ପେଟ୍ରୋଲିଂ କରୁଥିବା ବେଳେ ବେଆଇନ୍ ଗୋରୁ ଗାଡିଟିକୁ ଧରିଥିଲେ । ଗାଡିରୁ ୫ ଗୋଟି ଗୋରୁ ଉଦ୍ଧାର ହୋଇଥିବା ବେଳେ ଚାଳକ ଗିରଫ ହୋଇଥିବା ଥାନାଧିକାରୀ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ