ବେଆଇନ ମାଟି ଚୋରିକୁ ବିରୋଧ

ଘଟଗାଁ, (ଯୁଗାବ୍ଦ ନ୍ୟୁଜ) : ସାବଧାନ ମାଟିଚୋର ଏମିତି ଏକ କଥା ଶୁଣି ପାଠକ ମାନଙ୍କୁ ହସ ଲାଗୁଥିଲେ ମଧ୍ୟ କଥାଟି ସତ । ଘଟଗାଁ ଅଂଚଳରେ ଗତ କିଛି ବର୍ଷ ହେବ ମାଟି ଚୋରିକରି ମାଲାମାଲ ହେଉଥିବା ମାଟି ଚୋରଙ୍କ ଦୈରାତ୍ମ ବଢିବାରେ ଚାଲିଛି । ପ୍ରତିବର୍ଷ ବେଆଇନ ଭାବେ ସରକାରଙ୍କ ନିୟମକୁ ବେଖାତିର କରି ଖୋଲା ବେଆଇନ ଭାବେ ଟ୍ରିପ ଟ୍ରିପ ମାଟି ଏବଂ ବାଲି ଆଣି କୋଟି କୋଟି ଟଙ୍କାର ଇଟା ବେପାର କରି ମାଲେମାଲ ହେଉଛନ୍ତି ମାଟିଚୋର । ତେବେ ଚଳିତ ବର୍ଷ ଇଟା ତିଆରି କରିବା ପୂର୍ବରୁ ମାଟି ମାଫିଆଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗଣମାଧ୍ୟମ ସାମ୍ନାରେ ପ୍ରକାଶ କରିଛନ୍ତି ମାନ୍ୟବର କେନ୍ଦୁଝର ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶିଷ୍ ଠାକ୍‌ରେ । ସୁଚନାନୁୁସାରେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅଂଚଳରେ ବିଗତ ଅନେକ ବର୍ଷ ଧରି ସରକାରଙ୍କ ଆଖିରେ ଧୂଳୀ ଦେଇ କୋଟି କୋଟି ଟଙ୍କାର ଇଟା ତିଆରି କରି ମାଟି ଚୋର ମାନେ ମାଲେ ମାଲେ ହେଉଥିବା ଦେଖିବାକୁ ମିଳିଛି । ଘଟଗାଁ ଅଂଚଳର ନାକ୍‌ଝରୀ, ହଳଧରପୁର, ମଧୁପୁର, ବର୍‌ହାଟିପୁରା, ବାଣକାଣ୍ଡ ପ୍ରମୁଖ ଅଂଚଳରେ ପ୍ରତିବର୍ଷ ପଚାଶ ଲକ୍ଷରୁ ଉର୍ଦ୍ଧ୍ୱ ଇଟା ପ୍ରସ୍ତୁତ ହେଉଥିବା ବେଳେ ବିଶେଷ କରି ବାଟହରିଚନ୍ଦନପୁର ଗାଁରେ ପ୍ରତିବର୍ଷ ପାଖାପାଖି ପଚାଶ ଲକ୍ଷରୁ ଶାଠିଏ ଲକ୍ଷ ଇଟା ତିଆରୀ କରୁଛନ୍ତି ଇଟା ମାଫିଆ ମାନେ । ସାଧାରଣତଃ ଆମେ ଜାଣିଛନ୍ତି ଇଟା ପ୍ରସ୍ତୁତ ପାଇଁ ପାଣି, ମାଟି ଏବଂ ବାଲିର ଆବଶ୍ୟକ ପଡିଥାଏ । ବର୍ତମାନ କେନ୍ଦୁଝର ଜିଲ୍ଲାରେ ପାଣି ସମସ୍ୟା ଅନେକ ସ୍ଥାନରେ ଦେଖିବାକୁ ମିଳୁଛି । ସେହିଭଳୀ ଭାବେ ଘଟଗାଁ ଅଂଚଳରେ ମଧ୍ୟ ବର୍ତମାନ ଦିନରେ ପାଣି ପାଇଁ ଲୋକେ ହାହାକାର ହେଉଥିବା ଦେଖିବାକୁ ମିଳୁଛି । ଏହାର ମୂଳ କାରଣ କୋଟି କୋଟି ଇଟା ପ୍ରସ୍ତୁତ କରିବା ଦ୍ୱାରା ପାଣି ସମସ୍ୟା ସହିତ ପରିବେଶର ଅନେକ କ୍ଷୟକ୍ଷତି ହେଉଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି । କାରଣ ଏହି ଇଟା ତିଆରି କରିବା ପାଇଁ ପ୍ରଚୁର ପରିମାଣର ପାଣି, ମାଟି ଏବଂ ବାଲି ଆବଶ୍ୟକ ପଡିଥାଏ । ଇଟା ମାଫିଆ ମାନେ ନଦି କୂଳ କିମ୍ବା ପୋଖରୀ ପାଖରେ ଇଟା ତିଆରି କରିଥାନ୍ତି । ତେବେ ଇଟା ମାଫିଆ ମାନେ ଇଟା ତିଆରି କରିବା ପାଇଁ ଅଂଚଳର ପୋଖରୀ ଏବଂ ନଈ, ନାଳରୁ ପାଣି ଆଣି ଇଟା ପ୍ରସ୍ତୁତ କରୁଛନ୍ତି । ଫଳରେ ଘଟଗାଁ ଅଂଚଳରେ ପାଣି ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ତାସହିତ ବେଆଇନ ଭାବେ ସରକାରଙ୍କ ନିୟମକୁ ବେଖାତିର କରି ବଡ ବଡ ଗାଢ କରି ମାଟି ଆଣିବା ଯୋଗୁଁ ଅଧିକ ମାତ୍ରାରେ ମୃର୍ତିକା କ୍ଷୟ ହେଉଥିବାରୁ ଘଟଗାଁ ଅଂଚଳରେ ଚାଷ ଜମିରେ ଉର୍ବରତା ଦିନକୁ ଦିନ ହ୍ରାସ ପାଉଛି । ଫଳରେ ଅଧାରୁ ଅଧିକ ଚାଷରେ ମରୁଡି ହେଉଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ବାଲି ପାଇଁ ଘଟଗାଁ ଅଧିନସ୍ଥ କୁକୁର କଟା ନଦିରୁ ଦିନ ନାହିଁ ରାତି ନାହିଁ ଘଟଗାଁ ତହସିଲ୍‌ଦାରଙ୍କ ଆଖି ଆଗରେ ଟ୍ରିପ୍‌ଟ୍ରିପ୍ ବାଲି ଚାଲାଣ କରୁଛନ୍ତି । ଫଳରେ ନଦିପାଶ୍ୱର୍ରେ ଥିବା ଚାଷ ଜମି ସବୁ ଦିନକୁ ଦିନ ଖାଇଯାଉଛି ଏବଂ ଚାଷିମାନଙ୍କର ମୁଣ୍ଡବ୍ୟଥାର କାରଣ ସାଜିଛି । ଏମିତିକି କୁକୁରକଟା ନଦି ପାଶ୍ୱରେ ଥିବା ବାଣେଶ୍ୱର ଶିବ ମନ୍ଦିରର ପାଚେରୀ ମଧ୍ୟ ମାଟି ଖାଇ ଭୁସୁଡି ପଡିଥିବା ଦେଖିବାକୁ ମିଳୁଛି । ବିଶେଷ କରି ବର୍ତମାନ ସାରା ବିଶ୍ୱକୁ ବାୟୁ ପ୍ରଦୂଷଣକୁ ମୁକ୍ତ କରିବା ପାଇଁ ସାରା ପୃଥିବିବାସୀ ଚିନ୍ତିତ ଥିବା ବେଳେ ଭାରତ ସରକାର ମଧ୍ୟ ପ୍ରଦୂଷଣକୁ ନେଇ କଡାକଡି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଅଛି । କିନ୍ତୁ ଏଠାରେ ଖୁଲାମ ଖୁଲା ଇଟା ପୋଡିବା ଦ୍ୱାରା ଅତ୍ୟଧିକ ମାତ୍ରାରେ ପ୍ରଦୂଷଣ ହେଉଥିଲେ ମଧ୍ୟ ଏଥିପ୍ରତି କାହାରୀ ଦୃଷ୍ଟିପଡୁ ନାହିଁ କାହିଁକି । ତେବେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଇଟାମାଫିଆ ମାନେ ଇଟା ତିଆରି କରିବା ପାଇଁ ରାସ୍ତା କଡରେ ଟ୍ରିପ୍ ଟ୍ରପ୍ କୋଇଲା ଆଣି ପ୍ରସ୍ତୁତ ହେଉଥିବା ବେଳେ ଏ ସମସ୍ତ ବେଆଇନ କାର୍ଯ୍ୟକୁ ଠପ୍ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ଗୁପ୍ତ ସ୍କ୍ୱାର୍ଡ ଟିମ୍ ଗଠନ କରିବା ସହିତ ଚଳିତ ବର୍ଷ ମାଟି ଚୋର ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗଣମାଧ୍ୟ ସାମ୍ନାରେ ପ୍ରକାଶ କରିଛନ୍ତି କେନ୍ଦୁଝର ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶିଷ୍ ଠାକ୍‌ରେ । ଆସହୁରି ମଧ୍ୟ ପ୍ରତିବର୍ଷ ଭଳି ଯଦି ଚଳିତ ବର୍ଷ ମଧ୍ୟ ଯଦି ବେଆଇନ ଭାବେ ମାଟି ଏବଂ ବାଲି ଚାଲାଣ ହୁଏ ତେବେ ତାକୁ ନେଇ ତୀବ୍ର ବିରୋଧ କରାଯିବ ବୋଲି ସ୍ଥାନୀୟ ଅଂଚଳବାସୀଙ୍କୁ ଠାରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ