ବେଣୀପଲ୍ଲୀ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ

ବେଲଗୁଣ୍ଠା, (ସନ୍ତୋଷ କୁମାର ବିଷୋୟୀ):ପ୍ରାଥମିକ ସ୍ତରରେ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ପାଇଁ ସେମାନଙ୍କୁ ସରକାରଙ୍କ ତରଫରୁ ମଧ୍ୟାହ୍ନଭୋଜନ ଠାରୁ ଆରମ୍ଭ କରି ମାଗଣା ପାଠ୍ୟ ପୁସ୍ତକ, ପୋଷାକ ଏବଂ ଜୋତା ମଧ୍ୟ ଯୋଗାଇ ଦେବାର ବ୍ୟବସ୍ଥା ରହିଛି ଓ ଏହି ପରିପ୍ରେକ୍ଷୀରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସମଗ୍ର ଶିକ୍ଷା ଅଭିଯାନ ଆନୁକୂଲ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ପୋଷାକ ଏବଂ ଜୋତା ଦିଆଯାଉଥିବା ବେଳେ ଆଜି ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ନେଟଙ୍ଗା କ୍ଲଷ୍ଟର୍ ର ବେଣୀପଲ୍ଲୀ ନୋଡ଼ାଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବର ଆୟୋଜନ କରାଯାଇ ବିଦ୍ୟାଳୟର ୧୪୫ ଜଣ ଛାତ୍ରଛାତ୍ରୀଙ୍କୁ ଏକ ହଳ ପୋଷାକ,ଜୋତା ଏବଂ ଦୁଇ ହଳ ମୋଜା ପ୍ରଦାନ କରାଯାଇଛି ଓ ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ସତୀଶ୍ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୋଷାକ ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଜାନକୀ ଦେଇ ଯୋଗ ଦେଇ ସମୃଦ୍ଧ ପ୍ରାଥମିକ ଶିକ୍ଷା ହିଁ ରାଷ୍ଟ୍ର ଗଠନର ଭିତ୍ତିଭୂମି ପ୍ରତିଷ୍ଠା କରିଥାଏ ବୋଲି ପ୍ରକାଶ କରିଥିଲେ ଓ କାର‌୍ୟ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ନାଟେଙ୍ଗା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁଧୀର କୁମାର ଦାସ ଏବଂ ଗୋବରା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ନିକୁଞ୍ଜ ନାୟକ ଯୋଗ ଦେଇ ପ୍ରାଥମିକ ଶିକ୍ଷା ପାଇଁ ଥିବା ସରକାରୀ ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ ଓ ସମସ୍ତ କାର‌୍ୟ୍ୟକ୍ରମକୁ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ସାହୁ ସଂଯୋଜନା କରିଥିବା ବେଳେ ସହକାରୀ ଶିକ୍ଷକ ସୂର‌୍ୟ୍ୟ ନାରାୟଣ ବେହେରା, ସୁଧାଂଶୁ ଶେଖର ସେଠି, ଶିକ୍ଷୟିତ୍ରୀ ସୁପ୍ରଭା କୁମାରୀ ଶତପଥୀ,ସନ୍ଧ୍ୟାରାଣୀ ମଲ୍ଲିକ ଏବଂ ମୋନାଲିସା ଖଣ୍ଡାଇ କାର‌୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଓ କାର‌୍ୟ୍ୟକ୍ରମ ଶେଷରେ ଶିକ୍ଷକ ସୂର‌୍ୟ୍ୟ ନାରାୟଣ ବେହେରା ଧନ୍ୟବାଦ ଜ୍ଞାପନ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ