ବେଦାନ୍ତ ମାମଲାରେ ନବୀନ ରାଷ୍ଟ୍ରଦ୍ରୋହୀ ଓ ଧର୍ମଦ୍ରୋହୀ ଭୂମିକା ତୁଲାଇଛନ୍ତି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଜଳ, ଜମି, ଜଙ୍ଗଲ ଅଧିଗ୍ରହଣ ମାମଲାରେ ନବୀନ ସରକାର ଯେଭଳି ସୁପ୍ରିମ କୋର୍ଟରେ ଭର୍ତ୍ସିତ ହୋଇଛି ତାହା ନବୀନଙ୍କ ମିଛ ଭାବମୂର୍ତ୍ତିର ଅସଲ ଚେହେରାକୁ ପଦାରେ ପକାଇ ଦେଇଛି । ଜମି, ଜଳ, ଜଙ୍ଗଲ ପ୍ରଦାନ କ୍ଷେତ୍ରରେ ରାଷ୍ଟ୍ରର ଯେଉଁ ନିୟମ ରହିଛି, ତାହାର ନଗ୍ନ ଉଲଙ୍ଘନ କରି ସେହି ଆଇନକୁ ପାଦରେ ଦଳି ଚକଟି ରାଜ୍ୟର ଅଶେଷ କ୍ଷତି କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ତୁରନ୍ତ ରାଜଦ୍ରୋହ ଅପରାଧରେ ଗିରଫ କରାଯାଉ ବୋଲି ବେଦାନ୍ତ ବିରୋଧୀ ବିରୋଧୀ ଆନ୍ଦୋଳନର ଅନ୍ୟତମ ସହଯୋଗୀ ଚାଷୀନେତା ଅକ୍ଷୟ କୁମାର କହିଛନ୍ତି । ଶ୍ରୀ କୁମାର ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ଯେ, ବେଦାନ୍ତ ବିଶ୍ୱବିଦ୍ୟାଳୟ ମାମଲାରେ ହାଇକୋର୍ଟଙ୍କ ପ୍ରତିକୂଳ ରାୟ ପରେ ସୁପ୍ରିମ କୋର୍ଟଙ୍କ ରାୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାକାରନାମାର ମୁଖା ଖୋଲିଦେଇଛି । ପ୍ରତି କଥାରେ ସ୍ୱଚ୍ଛତାର ସ୍ଲୋଗାନ ଦେଉଥିବା ଓ ସାଢେ ଚାରିକୋଟି ଓଡ଼ିଶାବାସୀ ମୋ ପରିବାର କହୁଥିବା ନବୀନ କିଭଳି ନିଜ ରାଜ୍ୟବାସୀଙ୍କ ସ୍ୱାର୍ଥ ଓ ପରମ ଆରାଧ୍ୟା ଦେବତା ଜଗନ୍ନାଥଙ୍କ ପାଖେ ପ୍ରତିବଦ୍ଧ ନୁହଁନ୍ତି ତାହା ସୁପ୍ରିମ କୋର୍ଟଙ୍କ ରାୟରୁ ପ୍ରମାଣିତ ହୋଇଛି । ବିଶେଷକରି ଶ୍ରୀଜଗନ୍ନାଥଙ୍କ ଅମୃତମଣୋହି ଜମିକୁ ଶାଗମାଛ ଦରରେ କମ୍ପାନୀ ହାତକୁ ଟେକିଦେବା ଜଗନ୍ନାଥପ୍ରେମୀ ଓଡ଼ିଆଙ୍କୁ ବ୍ୟଥିତ କରିଛି । କିଭଳି ଗୋଟିଏ ଛୋଟିଆ ଟ୍ରଷ୍ଟ ଓ ପରେ ପ୍ରାଇଭେଟ ଲିିମିଟେଡ଼ରେ ପରିବର୍ତ୍ତିତ କମ୍ପାନୀକୁ କିଭଳି ସରକାର ହଜାର ହଜାର ଏକର ଜମି ଦେବାକୁ ଆଗ୍ରହ ପ୍ରକାଶ କଲେ ସୁପ୍ରିମ କୋର୍ଟ ଏଥିରେ ବିସ୍ମୟ ପ୍ରକାଶ କରିବା ରାଜ୍ୟବାସୀଙ୍କ ଆଖି ଖୋଲିଦେଇଛି । ବିଶେଷକରି ସୁପ୍ରିମକୋର୍ଟଙ୍କ ପକ୍ଷପାତ ପ୍ରେରିତ ଶବ୍ଦ ରାଜ୍ୟ ସରକାର ଓ ନବୀନଙ୍କ ମିଛ ସ୍ୱଚ୍ଛ ଶାସନ ପ୍ରଚାରର ଧଜିଆ ଉଡ଼ାଇ ଦେଇଛି ।
ସୂଚନାଯୋଗ୍ୟ ଯେ, ୬ ହଜାର ପରିବାରଙ୍କ ଏକମାତ୍ର ଜୀବିକା ଚାଷଜମି ଅଧିଗ୍ରହଣ କରାଯିବା, ଦୁଇ ଦୁଇଟି ନଦୀର ନିୟନ୍ତ୍ରଣ ଘରୋଇ କମ୍ପାନୀ ହାତକୁ ଚାଲିଯିବା ଯାହା ପବ୍ଲିକ ଟ୍ରଷ୍ଟ ସିଦ୍ଧାନ୍ତକୁ ଉଲଙ୍ଘନ କରୁଛି । ନୂଆ ନଈ ଓ ନାଳ ପ୍ରବାହକୁ ନେଇ ରାଜ୍ୟ ସରକାର ପରିବେଶ ଦିଗ ଉପରେ ବିବେକ ଅନୁସାରେ ପରିଚାଳିତ ହୋଇନାହାଁନ୍ତି ବୋଲି କୋର୍ଟ ଅସନ୍ତୋଷ ଛାଡ଼ିବା ଆମ ସରକାରଙ୍କ ମନ୍ଦ ଉଦ୍ଦେଶ୍ୟକୁ ଜଳ ଜଳ ଦେଖାଇଛି । ଗୋଟିଏ ଘରୋଇ ପ୍ରକଳ୍ପ ପାଇଁ ମଞ୍ଜୁରୀ ବିଶେଷକରି ରାଜ୍ୟପାଳ ବିଲ୍ ବିଧାନସଭାରେ ଫେରାଇବା ଓ ଲୋକପାଳ ପ୍ରକଳ୍ପର ବିରୋଧ କରିବା ପରେ ବି ଏ ନେଇ ଏହାର ପ୍ରତିଷ୍ଠା ପାଇଁ ରାଜ୍ୟର ମନ୍ତ୍ରୀ, ଅମଲା ଅହେତୁକ ଆଗ୍ରହ ପ୍ରକାଶ ପଛରେ ବଡ଼ ଧରଣର ଡିଲ୍ ରହିଛି । ସୁପ୍ରିମ କୋର୍ଟର ବେଦାନ୍ତ ବିଶ୍ୱବିଦ୍ୟାଳୟର ପ୍ରସଙ୍ଗରେ ଏଭଳି ଭର୍ତ୍ସନା ପରେ ନବୀନ ବାବୁ ନିଜ ଆଡୁ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଦେବା କଥା । କାରଣ ସେ ରାଜ୍ୟର ସାମ୍ବିଧାନିକ ମୁଖ୍ୟ ହିସାବରେ ରାଜ୍ୟର ସ୍ୱାର୍ଥ ବଦଳରେ ଗୋଟିଏ କମ୍ପାନୀକୁ ଅହେତୁକ ଅନୁକମ୍ପା ଦେଖାଇଛନ୍ତି । ଜମି ଅଧିଗ୍ରହଣ ମାମଲା ୧୮୬୪ରୁ ଉଲଙ୍ଘନ, ଧାରା ୧୪ର ଉଲଙ୍ଘନ ହେଲାବେଳେ କିଭଳି ସରକାରୀ ଉଚ୍ଚପଦାଧିକାରୀମାନେ ଏହା ଜାଣିପାରିଲେ ନାହିଁ । ସବୁବେଳେ ମୁଖ୍ୟମନ୍ତ୍ରୀ କୁହନ୍ତି, ‘ଲ ଟେକ୍ ଇଟିସ୍ ଓନ କୋର୍ସ’ ଅର୍ଥାତ୍ ଆଇନ ତା ବାଟରେ ଯିବ । ବେଦାନ୍ତ ବିଶ୍ୱବିଦ୍ୟାଳୟ ମାମଲାରେ ଆଇନ ତା ବାଟରେ କିଭଳି ଯାଇଛି ବୋଲି ଶ୍ରୀ କୁମାର ପ୍ରଶ୍ନ କରିଛନ୍ତି । ସେହିଭଳି ଜମି ଅଧିଗ୍ରହଣ, ପରିବେଶ ଉଲଙ୍ଘନ ନୁହେଁ, ବିଶ୍ୱବିଦ୍ୟାଳୟକୁ ସମ୍ପୂର୍ଣ୍ଣ ସ୍ୱାୟତ୍ତତା ପ୍ରଦାନ କରିବା, ସଂରକ୍ଷଣ ନିୟମର ଫାଇଦା ଉପଲବ୍ଧି କରାଇବା, ୟୁଜିସି ଏବଂ ଏଆଇଇସିଟିରୁ ସମସ୍ତ ନିୟାମକ ଅନୁମୋଦନର ସହାୟତା ପ୍ରଦାନ କରିବା, ଭୁବନେଶ୍ୱରରୁ ପ୍ରସ୍ତାବିତ ପ୍ରକଳ୍ପ ଯାଏ ଚାରିଥାକିଆ ରାସ୍ତା, ସମସ୍ତ କର ଛାଡ଼ ପାଇଁ ପ୍ରତିଶ୍ରୁତି, ପ୍ରକଳ୍ପ ପାଇଁ ଜଳ ଓ ବିଦ୍ୟୁତ୍ ଯୋଗାଣ ଉପଲବ୍ଧି କରାଇବାକୁ ସରକାର ଯେଉଁ ନିଷ୍ପତ୍ତି ନେଇଥିଲେ, ସେଥିରେ ସର୍ବୋଚ୍ଚ ନ୍ୟାୟାଳୟ ଆଶ୍ଚର୍ଯ୍ୟ ପ୍ରକାଶ ଅର୍ଥ ଘରୋଇ କମ୍ପାନୀକୁ ସାହାଯ୍ୟ ପାଇଁ ଜାଲିଆତି ଲମ୍ବ ଫର୍ଦ୍ଦ କେତେ ଲମ୍ବିଛି । ଧାରା ୧୪ର ଉଲଙ୍ଘନ ଓ ପକ୍ଷପାତ ପ୍ରେରିତ ନିଷ୍ପତ୍ତି ଗୋଟିଏ ଅବାସ୍ତବମୁଖୀ ପ୍ରକଳ୍ପ ପ୍ରତି ନବୀନ କରିଥିବାରୁ ତାଙ୍କ ବିରୁଦ୍ଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀ କୁମାର ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ