ବେଲଗୁଣ୍ଠାରେ ବ୍ଳକସ୍ତରୀୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ କ୍ରୀଡ଼ା ପ୍ରତିଯୋଗିତା
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଲକ ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଳକ୍ ର ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବ୍ଳକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ୮୦ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ନେଇ ପଟାଟୋ ରେସ୍,ବକେଟ୍ ବଲ୍ ରେସ୍,ସଙ୍ଗୀତ ଚୌକି, ସଙ୍ଗୀତ ଏବଂ ଏବଂ ଚିତ୍ରାଙ୍କନ ଭଳି ପାଞ୍ଚୋଟି ବିଭାଗରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିବାବେଳେ ଏଥିରେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଣି ସବିତା ମଲ୍ଲିକ, ଭଞ୍ଜନଗର ବିଆରଟି ଅନୀଲ୍ କୁମାର ମୁଦୁଲି, ବୁଗୁଡ଼ା ବିଆରଟି ସୁଶାନ୍ତ କୁମାର ଡାକୁଆ, ସିଆରସିସି କାର୍ତ୍ତିକେୟ ସେଠୀ, ନିକୁଞ୍ଜ ନାୟକ, ସୁଧୀର ଦାସ୍, ବିଦେଶୀ ବାଡତ୍ଯା,ସନ୍ତୋଷ ନାୟକ,ରମେଶ୍ ପାଣିଗ୍ରାହୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହିତ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ I କାର୍ଯ୍ୟକ୍ରମକୁ ବେଲଗୁଣ୍ଠା ବ୍ଳକ୍ ସମ୍ବଳ ଶିକ୍ଷୟିତ୍ରୀ ଚନ୍ଦ୍ରକାନ୍ତି ସୁନ୍ଦରା ସଂଯୋଜନା କରିଥିବା ବେଳେ ବ୍ଳକ୍ ର ଶିକ୍ଷକ ନରେଶ ବ୍ରହ୍ମା ଏବଂ ସମସ୍ତ ଅନ୍ତର୍ନିବେଶୀ ସ୍ୱେଚ୍ଛାସେବୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ବରିଷ୍ଠ ଶିକ୍ଷକ ସନ୍ତୋଷ କୁମାର ପଟ୍ଟନାୟକ ଧନ୍ୟବାଦ ଜ୍ଞାପନ କରିଥିଲେ I ଆଜିର ପ୍ରତିଯୋଗିତାରେ ଛାତ୍ର ଆଲୋକ ରାଉତ,ସୁମନ ନାଇକ, ଶଙ୍କର ପାତ୍ର,ହୃଷୀକେଶ ଡାକୁଆ,ଆରତୀ ବିଶ୍ୱାଳ ଯଥାକ୍ରମେ ପଟାଟୋ ରେସ୍,ସଙ୍ଗୀତ,ସଙ୍ଗୀତ ଚୌକି, ବକେଟ୍ ବଲ୍ ରେସ୍ ଏବଂ ଚିତ୍ରାଙ୍କନରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ I


