ଆସନ୍ତା ୨୫ ରେ ଅହିଂସା ରଥର ଭବ୍ୟ ସ୍ୱାଗତ ପାଇଁ ବେଲଗୁଣ୍ଠାରେ ପ୍ରସ୍ତୁତି ବୈଠକ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଜାତୀୟ ପିତା ତଥା ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀ ଓଡ଼ିଶାକୁ ଆଗମନ କରିବାର ୧୦୦ ବର୍ଷ ପୂର୍ତ୍ତି ଅବସରରେ ସାରା ଓଡ଼ିଶାରେ ପରିକ୍ରମା କରୁଛି ଅହିଂସା ରଥ I ଏହି ଅହିଂସା ରଥକୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରଦାନ କରାଯାଉଛି ଭବ୍ୟ ସ୍ୱାଗତ I ଏହି ଅବସରରେ ଆସନ୍ତା ୨୫ ରେ ଏହି ଅହିଂସା ରଥକୁ ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ସ୍ଥାନରେ ସ୍ୱାଗତ କରାଯିବା ପାଇଁ ଆଜି ବେଲଗୁଣ୍ଠା ପଞ୍ଚାୟତ ସମିତିର ରାଜୀବଗାନ୍ଧୀ ସେବାକେନ୍ଦ୍ର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ସୂଚନା ପ୍ରକାରେ ଏହି ଅହିଂସା ରଥ ଆସନ୍ତା ୨୫ ତାରିଖରେ ସୋରଡ଼ାରୁ ଆସି ପୂର୍ବାହ୍ଣ ନଅ ଘଣ୍ଟା ସମୟରେ ବଡ଼ବୋର୍ସିଂ ପଞ୍ଚାୟତର କାଳିଆଗୁଡ଼ା ଠାରେ ପହଞ୍ଚିବା ପରେ ସେଠାରେ ବଡ଼ବୋର୍ସିଂ ସରପଞ୍ଚ ଏସ୍ ରାମେଶ୍ୱର ପାତ୍ରଙ୍କ ନେତୃତ୍ୱରେ ଅଞ୍ଚଳର ଜନପ୍ରତିନିଧି,ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀ, ଛାତ୍ରଛାତ୍ରୀ,ସ୍ୱୟଂସହାୟକ ଗୋଷ୍ଠୀ ଅହିଂସା ରଥକୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବେ I ସେଠାରୁ ଏହି କଣ୍ଟେଇପଲ୍ଲୀ ଏବଂ ଭଞ୍ଜନଗର ଦେଇ ବ୍ଳକ୍ ର ଘୂ. ନୂଆଁଗାଆଁ ବ୍ରିଜ୍ ନିକଟରେ ପହଞ୍ଚିବ I ସେଠାରେ ବ୍ଳକ୍ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ ଏବଂ ବେଲଗୁଣ୍ଠା ଗୋଷ୍ଠୀ ଊନ୍ନୟନ ଅଧିକାରୀ ରୋଶନ୍ ଶତପଥିଙ୍କ ତତ୍ତ୍ୱାବଧାନରେ ନୂଆଁଗାଆଁ ସରପଞ୍ଚ…, ଧୂମୂଛାଇ ଙ୍କ ସମେତ ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀ, ଛାତ୍ରଛାତ୍ରୀ, ସ୍ୱୟଂସହାୟକ ଗୋଷ୍ଠୀ ଅହିଂସା ରଥକୁ ସ୍ୱାଗତ ଜଣାଇ ବେଲଗୁଣ୍ଠାକୁ ପାଛୋଟି ଆଣିବେ I ଏହି ଅବସରରେ ବେଲଗୁଣ୍ଠା ବ୍ଳକ୍ ପଡ଼ିଆରେ ମହାତ୍ମା ଗାନ୍ଧୀଙ୍କ ଅହିଂସା ନୀତି ଉପରେ ୧୫ ମିନଟ୍ ର ଏକ ପଥପ୍ରାନ୍ତ ନାଟକ ପରିବେଷଣ କରାଯିବ I ଏଠାରେ ବେଲଗୁଣ୍ଠା ବ୍ଳକ୍ ପ୍ରଶାସନ ସମେତ ବଣିକ ସଂଘ,ଜନପ୍ରତିନିଧି, ପ୍ରେସକ୍ଲବ, ପୋଲିସ୍ ପ୍ରଶାସନ ଏବଂ ଅନ୍ୟ ବିଭାଗ ଗୁଡ଼ିକ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯିବ I ଆଜି ଏନେଇ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋଶନ୍ ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ବ୍ଳକ୍ ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ, ଏନ୍ଏସି ଉପାଧ୍ୟକ୍ଷା ଟି.ବବିତା କୁମାରୀ,ତହସିଲଦାର ଧରଣୀଧର ବେହେରା, ସିଡିପିଓ ଗାୟତ୍ରୀ ମିଶ୍ର,ଏବିଡ଼ିଓ ପୂର୍ଣ୍ଣଚନ୍ଦ୍ର ପାଢୀ,ସହକାରୀ ନିର୍ବାହି ଯନ୍ତ୍ରୀ ଗିରିଧାରୀ ବେହେରା,ବ୍ଳକ୍ ବିଜେଡ଼ି ସଭାପତି ଏସ୍ ରାମେଶ୍ୱର ପାତ୍ର,ଏବିଇଓ ସବିତା ମଲ୍ଲିକ,ଜିଟି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ପାଲକ୍,ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଉପସଭାପତି ପ୍ରଭାତ ସାହୁ,ଗାଙ୍ଗପୁର ଥାନା ଏଏସ୍ଆଇ ରାଜେନ୍ଦ୍ର କୁମାର ସାହୁ, ବେଲଗୁଣ୍ଠା ଥାନା ଏଏସ୍ଆଇ ଜ୍ୟୋତ୍ସ୍ନାରାଣୀ ପ୍ରଧାନ,ଜିଲ୍ଲାପରିଷଦ ସଭ୍ୟ ବିଦ୍ୟାଧର ବିଷୋୟୀ,ସମିତିସଭ୍ୟ ସୁଧାଂଶୁ ଶେଖର ପୋଲାଇ,ତନରଡା ସରପଞ୍ଚ ଅନୀଲ୍ କୁମାର ପାଠୀ, ସମିତିସଭ୍ୟ ଅଯୋଧ୍ୟାନାଥ ବେହେରା, ସୀମାଞ୍ଚଳ ବିଷୋୟୀଙ୍କ ସମେତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀମାନେ ଊପସ୍ଥିତ ରହି ଆସନ୍ତା ୨୫ ରେ ଅହିଂସା ରଥର ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରକାଶ କରିଥିଲେ I


