ବେଲଗୁଣ୍ଠା ପଂଚାୟତ ସମିତି ସ୍ତରୀୟ ସାମାଜିକ ସମୀକ୍ଷା ଓ ଜନ ଶୁଣାଣି ଶିବିର

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ପଂଚାୟତ ସମିତୀ କାର୍ଯ୍ୟାଳୟ ସ୍ଥିତ ରାଜୀବଗାନ୍ଧୀ ସେବାକେନ୍ଦ୍ର ପରିସରରେ ପଂଚାୟତ ସମିତି ସ୍ତରୀୟ ସାମାଜିକ ସମୀକ୍ଷା ଓ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି I ଗଞ୍ଜାମ ଜିଲ୍ଲାପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜନ ଶୁଣାଣି ଶିବିରରେ ବେଲଗୁଣ୍ଠା ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ, ବେଲଗୁଣ୍ଠା ଗୋଷ୍ଠି ଉନ୍ନୟନ ଅଧିକାରୀ ରୋଶନ୍ ଶତପଥି, ସହକାରୀ ନିର୍ବାହୀଯନ୍ତ୍ରୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଢୀ,ସମସ୍ତ ଜନପ୍ରତିନିଧି, ବିଭିନ୍ନ ଲାଇନ୍ ବିଭାଗୀୟ ଅଧିକାରୀ ଏବଂ ବ୍ଳକ୍ ର ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ I ଏହି କାର୍ଯ୍ୟକ୍ରମରେ ୨୦୨୨-୨୩ ଆର୍ଥିକବର୍ଷରେ କାର୍ଯ୍ୟକାରୀ ହୋଇଥିବା ମନରେଗା ଯୋଜନାରେ ସମୁଦାୟ ପ୍ରକଳ୍ପର ସଂଖ୍ୟା, କାମ ଶେଷ ହୋଇଥିବା ପ୍ରକଳ୍ପ ସଂଖ୍ୟା, ପାଇଥିବା ଆର୍ଥର ପରିମାଣ,ଖର୍ଚ୍ଚ ହୋଇଥିବା ଅର୍ଥର ପରିମାଣ,ପଞ୍ଜୀକୃତ ହୋଇଥିବା ପରିବାର ସଂଖ୍ୟା, କାର୍ଯ୍ୟପତ୍ର ଯୋଗାଣ ହୋଇଥିବା ସଂଖ୍ୟା, କାମ ପାଇଁ ଦାବି କରିଥିବା ପରିବାର ସଂଖ୍ୟା, ୧୦୦ ଦିନର କାମ ସମାପ୍ତ କରିଥିବା ପରିବାର ସଂଖ୍ୟା,ଶ୍ରମ ଯୋଗାଣ ସୃଷ୍ଟି ହୋଇଥିବା ଦିନ ସଂଖ୍ୟା,ବେକାରୀ ଭତ୍ତା ପ୍ରଦାନ ସମ୍ପର୍କରେ ସାମାଜିକ ସମୀକ୍ଷା କରାଯିବା ସହିତ ବିଭିନ୍ନ ଅଭିଯୋଗର ଜନ ଶୁଣାଣି ହୋଇଥିଲା I ଏହି ଶିବିରରେ ବହୁ ହିତାଧିକାରୀ ଉପସ୍ଥିତ ଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ