ବିଶ୍ୱଶାନ୍ତି ପଞ୍ଚମହା ଯଜ୍ଞ ଉଦଯାପିତ ଦଶ ହଜାରରୁ ଉର୍ଦ୍ଧ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ସମାଗମ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ର ସର୍ବ ପୁରାତନ ତଥା ବୃହତ୍ତମ ନୂଆସାହି ରେ ବିଶ୍ୱଶାନ୍ତି ଚବିଶ ପ୍ରହର ଅଖଣ୍ଡ ନାମଯଜ୍ଞ, ଘୃତଯଜ୍ଞ, ଅନ୍ନଯଜ୍ଞ, ଗୋଯଜ୍ଞ, ଏବଂ ଜ୍ଞାନ ଯଜ୍ଞ ଭଳି ପଞ୍ଚ ମହାଯଜ୍ଞ ପାଞ୍ଚ ଦିନ ଧରି ନୂଆସାହି ସ୍ଥିତ ଶ୍ରୀ ଶ୍ରୀ ମା ବରାଳଦେବୀ ଙ୍କ ମନ୍ଦିର ପ୍ରାଙ୍ଗଣରେ ପାଞ୍ଚ ଦିନ ଧରି ଆୟୋଜିତ ହେବା ପରେ ଗୁରୁବାର ଉଦଯାପିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ରବିବାର ଦିନ ନୂଆସାହି ଗ୍ରାମ୍ୟ କମିଟିର ପ୍ରତ୍ୟକ୍ଷ ତତ୍ୱାବଧାନରେ ବାଲିଗୁଡା ର ଅଧିଷ୍ଠାତ୍ରୀ ଦେବୀ ମାଦୁର୍ଗା, ପାଟ୍ଟଖଣ୍ଡା ଓ ବରାଳଦେବୀ ଙ୍କ ଠାରୁ ଆଜ୍ଞା ମାଳ ଆଣା ଯାଇ ନିକଟସ୍ଥ ଖଡ଼ଗ ନଦୀ ରୁ ପୂଜାର୍ଚ୍ଚନା କରି କଳସରେ ଜଳ ଆଣି ସମଗ୍ର ନଗର ପରିକ୍ରମା କରାଯାଇ ଯଜ୍ଞସ୍ଥଳ କୁ ଅଣାଯାଇ ଥିଲା l ପ୍ରତିଦିନ ବରିଷ୍ଠ ପୁରୋହିତ ବିରୁପାକ୍ଷ ଦାସ ଙ୍କ ଦ୍ୱାରା ନାମ ଆରମ୍ଭ କରାଯାଇ ବରାଳ ଦେବୀ ମନ୍ଦିର ରେ ପାର୍ଶ୍ଵ ଦେବଦେବୀ ଙ୍କ ପ୍ରତିଷ୍ଠା ହୋଇଥିଲା l କୋଭିଡ କଟକଣା ଯୋଗୁଁ କୌଣସି ଧାର୍ମିକ କାର୍ଯ୍ୟକ୍ରମ ହେଉ ନ ଥିଲା ଏବେ ସୁଯୋଗ ମିଳି ଥିବାରୁ ଲୋକେ ଉତ୍ସାହ ଉଦ୍ଦୀପନା ସହକାରେ ଦର୍ଶନ କରିବାକୁ ଆସୁଥିଲେ l ସମଗ୍ର ଜ଼ିଲ୍ଲା ତଥା ଜିଲ୍ଲା ବାହାରୁ ଶହେରୁ ଉର୍ଦ୍ଧ ପୁରୁଷ ଓ଼ ମହିଳା ସଂକୀର୍ତ୍ତନ ଦଳ ଅଂଶ ଗ୍ରହଣ କରିଥିଲେ l ବିଶେଷ କରି ମହିଳା ସଂକୀର୍ତ୍ତନ ଦଳ ର କୀର୍ତ୍ତନ ଦେଖିବାକୁ ଭକ୍ତ ଶ୍ରଦ୍ଧାଳୁ ଏବଂ ଦର୍ଶକ ଙ୍କ ଭିଡ଼ ଜମିଥିଲା l ଜ଼ିଲ୍ଲା ର କୋଣ ଅନୁକୋଣ ରୁ ପ୍ରତିଦିନ ପ୍ରାୟ ଦଶ ହଜାର ରୁ ଉର୍ଦ୍ଧ ଭକ୍ତ ଓ଼ ଶ୍ରଦ୍ଧାଳୁ ଙ୍କ ସମାଗମ ହେଉଥିଲା l ସୋମବାର ଠାରୁ ନାମ ଯଜ୍ଞ ଓ ଘୃତଯଜ୍ଞ ଆରମ୍ଭ ହୋଇ ଗୁରୁବାର ଦିନ ପ୍ରହର ନାମ ଶେଷ ହୋଇ ଘୃତଯଜ୍ଞ କୁ ପୂର୍ଣ୍ଣାହୁତି କରି ଦଧିଭାଣ୍ଡ , ଭଞ୍ଜନ, ନଗର କୀର୍ତ୍ତନ, ଯମୁନା ସ୍ନାନ ଓ ଖୋଳ ପୂଜା ଯଥା ରୀତି ନୀତି ଅନୁସାରେ କରାଯାଇ ଉଦଯାପିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ଗ୍ରାମ୍ୟ କମିଟି ସଭାପତି ଲଳିତ ପାତ୍ର , କର୍ତ୍ତା ଭାବେ ସଞ୍ଜୟ ପାତ୍ର, ସମ୍ପାଦକ ଗଙ୍ଗାଧର ଭୋଇ, କୋଷାଧକ୍ଷ ଅଶୋକ ସାହୁ, ଉପ ସଭାପତି ଶିବରାମ ପ୍ରଧାନୀ, ସହ ସମ୍ପାଦକ କଣ୍ଠେଶ୍ଵର ବାଘ, ସଂକୀର୍ତ୍ତନ ଅଧିକାରୀ ପ୍ରମୋଦ ଦଣ୍ଡସେନା, ବିଜୟ ଚନ୍ଦ୍ର ଖଣ୍ଡଗିରି, ଜଗନ୍ନାଥ ବିଶୋଇ, ବିଭୁତି ଲହରିଆ ଙ୍କ ସମେତ ସମସ୍ତ ଗ୍ରାମବାସୀ, ଓ ମହିଳା ମଣ୍ଡଳ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ