ବେଲଗୁଣ୍ଠI ବ୍ଲକର ବିଭିନ୍ନ ସ୍ଥାନରେ କୋଭିଡ ଯୋଦ୍ଧାଙ୍କ ନୀରବ ପ୍ରାର୍ଥନା

ଗାଙ୍ଗପୁର/ବେଲଗୁଣ୍ଠI, (ସନ୍ତୋଷ କୁମାର ବିଷୋୟୀ):ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ଦୀର୍ଘ ପାଞ୍ଚ ମାସ ଧରି ଅହରହ ଉଦ୍ୟମ ଜାରି ରଖିଥିବା ତଥା କରୋନା ଲଢେଇରେ ପ୍ରାଣ ବଳି ଦେଇଥିବା କରୋନା ଯୋଦ୍ଧାଙ୍କ ସମ୍ମାନାର୍ଥେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନରେ ଆଜି ସନ୍ଧ୍ୟା ୫ ଘଣ୍ଟା ସମୟରେ ସାରା ରାଜ୍ୟରେ ଦୁଇ ମିନିଟ୍ ପ୍ରାର୍ଥନା କରାଯାଇଥିଲା I ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠI ବ୍ଲକ୍ ଅଞ୍ଚଳରେ ମଧ୍ୟ କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଥିଲା I ବେଲଗୁଣ୍ଠI ବ୍ଲକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ରାଜେନ୍ଦ୍ର କୁମାର ଗୌଡ଼ଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଦ୍ୟାଧର ସେଠୀ, ସମିତି ସଭ୍ୟ ପ୍ରତିନିଧି ରଙ୍କନିଧି ପରିଛା,ପୂର୍ବତନ ସିଆର୍ସିସି ପ୍ରତାପ ଚନ୍ଦ୍ର ଶତପଥୀ, ରାଜସ୍ଵ ନିରୀକ୍ଷକ ଅଧିକାରୀ କେ ଭେଙ୍କଟ ରାଓ, ପଞ୍ଚାୟତ ଅନ୍ତର୍ଗତ ସମସ୍ତ ୱାର୍ଡ ସଭ୍ୟ, ଅଙ୍ଗନାଓ୍ଵାଡ଼ି କର୍ମୀ, ଆଶା କର୍ମୀ ଏବଂ ସମସ୍ତ କୋଭିଡ ମନିଟର୍ ମାନେ ଉପସ୍ଥିତ ରହି କୋଭିଡ ଯୋଦ୍ଧାଙ୍କ ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ I ସେହିପରି ଗାଙ୍ଗପୁର ପଞ୍ଚାୟତ ଏବଂ ଖଇରପୁଟି ପଞ୍ଚାୟତରେ ମଧ୍ୟ କୋଭିଡ ଯୋଦ୍ଧାଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା I ଗାଙ୍ଗପୁର ପଞ୍ଚାୟତର ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆ, ଖଇରପୁଟି ପଞ୍ଚାୟତ ସରପଞ୍ଚ ପ୍ରତିମା ଜେନା, ସମିତି ସଭ୍ୟ ପ୍ରଭାତ କୁମାର ସ୍ଵାଇଁ, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଗାୟତ୍ରୀ ମିଶ୍ର, ଶରତ ଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ ଏବଂ ଉଭୟ ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟ, ଆଶା କର୍ମୀ, ଅଙ୍ଗନାଓ୍ଵାଡ଼ି କର୍ମୀ ଏବଂ କୋଭିଡ ମନିଟର୍ ମାନେ ସାମୁହିକ ଭାବରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରି କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ