ବେସାହାରା ଭାଇ ଭଉଣୀଙ୍କୁ ସାହାରା ପାଲଟିଛନ୍ତି ଜେଜେ

ଚିକିଟୀ, (ପୁଷ୍ପାଞ୍ଜଳି ମିଶ୍ର): ବାପା ପରେ ମାଆ ଆରପାରିକୁ ଚାଲିଯିବା ପରେ ବେସାହାରା ପାଲଟି ଥିବା ଦୁଇ ନାତି ନାତୁଣୀ ଙ୍କ ବୋଝ ମୁଣ୍ଡାଇ ଛନ୍ତି ବୃଦ୍ଧ ଜେଜେ। ଏହିଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଚିକିଟି ବ୍ଳକ ଗୋବିନ୍ଦ ନଗର ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦ ନଗର ଗ୍ରାମର। ଆଜକୁ ୩ ବର୍ଷ ତଳେ ବାପା ନରସିଂହ ଦାସଙ୍କ ପରଲୋକ ଘଟିଥିଲା। ବିଧବା ମାଆ ଶୈଳବାଳା ବହୁ କଷ୍ଟରେ କୁଲି ମୂଲ ପଡ଼ି ଦୁଇ ସନ୍ତାନ ଙ୍କୁ ପାଠ ପଡ଼ାଇ ମଣିଷ କରିବା ପାଇଁ ଅଣ୍ଟା ଭିଡ଼ି ଥିଲେ। ତେବେ ଦୁଇ ପିଲାଙ୍କ ଭାଗ୍ୟରେ ସିକା ଛିଡିଲା ଭଳି ଗତ ସାତ ମାସ ପୂର୍ବେ ମାଆ ଶୈଳବାଳା ଦାସ ମୃତ୍ୟୁ ଘଟି ଥିଲା।ଯାହାକୁ ନେଇ ଦୁଇ ପିଲା ଛେଉଣ୍ଡ ହୋଇ ଥିଲେ। ପୁଅ ବୟସ ୮ ବର୍ଷ ଏବଂ ଝିଅର ବୟସ ୩ ବର୍ଷ ହୋଇ ଥିବା ବେଳେ ଦୁଇ କୋମଳ ଶିଶୁ ଙ୍କ ବୋଝ୍ ପରିଣତ ବୟସରେ ଜେଜେ ମୁଣ୍ଡେଇଛନ୍ତି।ଜେଜେ ରିକ୍ସା ଚଳାଇ ଯାହା ପାରିଶ୍ରମିକ ମିକେ ସେହି ଅର୍ଥରେ ପତ୍ନୀ ଏବଂ ଦୁଇ ପିଲାଙ୍କ ପ୍ରତିପୋଷଣ କରୁଛନ୍ତି। ଏମାନଙ୍କ ଶିକ୍ଷା ଓ ଲାଳନପାଳନ କରିବା ପାଇଁ ତାଙ୍କର ଆପ୍ରାଣ ଉଦ୍ୟମ ସତ୍ୟେ ଅସମର୍ଥ ଏଣୁ ପ୍ରଶାସନ ତରଫରୁ କିଛି ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇବାକୁ ଗ୍ରାମବାସୀଙ୍କ ଅନୁରୋଧ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ