ଆପ୍ତିରା ୟୁଜିଏମଇ ସ୍କୁଲ ପରିଦର୍ଶନ କଲେ ବିଇଓ
ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ମଂଗଳବାର ବନ୍ତ ବ୍ଲକ ଶିକ୍ଷାଧିକାରିଣୀ ବାସନ୍ତୀ କୁମାରୀ ମିଶ୍ର ଆପ୍ତିରା ୟୁଜିଏମଇ ସ୍କୁଲ ପରିଦର୍ଶନ କରିଥିବା ଜଣାଯାଇଛି । କାଦବରାଙ୍ଗ ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନ ଏହି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ, ଉତ୍ଥାନ କାର୍ଯ୍ୟକ୍ରମ ସହ ଶିକ୍ଷକ ମାନଙ୍କ ଲେସନ୍ ଡାଏରୀ ଆଦିକୁ ଯାଞ୍ଚ କରିଥିଲେ । ସମସ୍ତ କାର୍ଯ୍ୟ ସୂଚାରୁରୂପେ ଚାଲୁଥିବା ନେଇ ବ୍ଲକ ଶିକ୍ଷାଧିକାରିଣୀ ଉପଲବ୍ଧି କରିଥିଲେ । ଏହି ପରିଦର୍ଶନ ବେଳେ ସିଆରସିସି ମନୋଜ କୁମାର ରାଉଳ ଉପସ୍ଥିତ ଥିଲେ ।


