ବୋରିଗାଁ ସରପଞ୍ଚଙ୍କ ଦ୍ବାରା ମୃତବ୍ୟକ୍ତି ଅନ୍ତିମ ସଂସ୍କାର

ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):କରୋନା ମହାମାରୀ ଯୋଗୁଁ ଲୋକେ ମାନକିବତାକୁ ହରାଇବାକୁ ପଡୁଛିି । ସାଧାରଣରେ ମୃତ୍ୟୁ ହେଲେ ମଧ୍ୟ ମର ଶରୀରକୁ କାନ୍ଧ ଦେବା ପାଇଁ ଲୋକମାନେ ଆଗକୁ ଆସିବାକୁ ପଛାଉଛନ୍ତି । ଏଭଳି କରୋନା ଭୟାବହ ପରିସ୍ଥିତିରେ କିଛି ବ୍ୟକ୍ତିମାନଙ୍କ ମାନବିକତାକୁ ହଜେଇଦେଇଛନ୍ତି । ଏମିତି କିଛି ମହାନ ବ୍ୟକ୍ତିଙ୍କ ମାଧ୍ୟମରେ କୁକୁଡ଼ାଖଣ୍ଡି ବ୍ଲକ ବୋରିଗାଁ ପଞ୍ଚାୟତ ଅନ୍ତର୍ଗତ ଜକରାପଲ୍ଲୀ ଗାଁରେ ଜଣେ ବ୍ୟକ୍ତିଙ୍କ ଶବକୁ କାନ୍ଧ ଦେଇ ସମ୍ମାନର ସହ ସଂସ୍କାର କରାଯାଇଛି । ମିଳିଥିବା ସୂଚନାନୁସାରେ ଜକରାପଲ୍ଲୀ ଗ୍ରାମର ବାଇରୀ କୃଷ୍ଣମୂର୍ତ୍ତି ଙ୍କ ହଟାତ ଦେହ ଖରାଫ ହେବା ଫଳରେ ମୃତ୍ୟୁ ହୋଇଥିଲା । ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ମକରଝୋଳ ଗାଁ ସେ ଦୀର୍ଘ ୫ବର୍ଷ ହେବ ଏକ ଭଡା ଘରେ ରହୁଥିବା ସୂଚନା ମିଳିଛି। ବୋରିଗାଁ ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ସମେତ ବିଜୁ ଯୁବ ବାହିନୀ ସଦସ୍ୟଙ୍କ ଦ୍ବାରା ଆଗବର ହୋଇ ପିପିକିଟ୍ ପରିଧାନ କରି ମୃତ ଅନ୍ତିମ ସଂସ୍କାର କରିଛନ୍ତି । ସରପଞ୍ଚ ବସନ୍ତ କୁମାର ସାହୁ ପହଞ୍ଚି ସମସ୍ୟା ବୁଝିବା ସହ ସ୍ଥାନୀୟ ବିଜୁ ଯୁବ ବାହିନୀ ସଦସ୍ୟଙ୍କ ସହାୟତାରେ ଗାଁ ମସାଣିକୁ ନେବା ପାଇଁ କାନ୍ଧ ଦେଇଥିଲେ ଏବଂ ନାଏବ୍ ସରପଞ୍ଚ ପ୍ରଫୁଲ୍ଲ ରାଉଳ, ବିଜୁ ଯୁବ ବାହିନୀ ସଭାପତି ରଞ୍ଜନ ସାବତ,ଅଭିରାମ ସେଠି, ବିଦେଶୀ ସେଠି, ସନ୍ତୋଷ ସେଠି, କରା ରାଉଲ ପ୍ରମୁଖ ମିଶି କୋକେଇରେ ସ୍ମଶାନକୁ ନେବା ସହ ଦାହ କରିଥିଲେ I ଯୁବ ଗୋଷ୍ଟିଙ୍କ ଏହି କାର୍ଯ୍ୟକୁ ବୁଦ୍ଧିଜୀବୀ ସମେତ ଅଞ୍ଚଳବାସି ବେଶ ପ୍ରଶଂସା କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ