ବୋଲର ଧକ୍କାରେ ୩ ମୃତ:ଗ୍ରାମବାସୀଙ୍କ ରାସ୍ତାଅବରୋଧ ସହ କ୍ଷତିପୁରଣ ଦାବି

ଯୋଡ଼ା ,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦୁଝର ଜିଲା ଯୋଡା ସହରର ଗଣେଶ ଭବନ ଠାରେ ବଲେରୋ ଦୁର୍ଘଟଣାରେ ଏକ ପରିବାରର ୩ଜଣଙ୍କ ମୃତ୍ୟୁ ପରେ ପରିବାରକୁ ଆର୍ଥିକ କ୍ଷତି ପୂରଣ ଦାବି କରି ମଙ୍ଗଳବାର ଯୋଡାରେ ରାସ୍ତା ଅବରୋଧ କରାଯାଇଥିଲା । ଉତ୍ୟକ୍ତ ସ୍ଥାନୀୟ ଲୋକେଏହାର ପ୍ରତିବାଦ କରି ଲାଓପ୍ୟାଲେସ ଠାରେ ଓ ଗଣେଷ ଭବନ ରାସ୍ତା ରେ ନିଆଁଜାଳି ରାସ୍ତା ଅବରୋଧ କରିଥିଲେ । ମୃତକ ଦୁଲୁନ ଲୋହାର(୩୫),ତାଙ୍କ ପୁଅ ମୁନୁ ଲୋହାର(୩) ଓ ତାଙ୍କ ଝିଅ ପ୍ରୀୟା ଲୋହାର(୫)ଙ୍କ ମୃତ୍ୟୁର କ୍ଷତିପୂରଣ, ନିଯୁକ୍ତି, ପାଠପଢା ଖର୍ଚ୍ଚ ପ୍ରଦାନ ଦାବି କରି ମଙ୍ଗଳବାର ସକାଳ ୯.୩୦ମିନିଟ୍ ସମୟରୁ ୧୦.୩୦ ମିନିଟ୍ ସମୟ ପର୍ଯ୍ୟନ୍ତ ଏହି ରାସ୍ତା ଅବରୋଧ ହୋଇଥିଲା । ଘଟଣାସ୍ଥଳରେ ପୋଲିସ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଏହି ରାସ୍ତା ଅବରୋଧ ଉଠିଥିଲା । ଏହାପରେ ମୃତ ଦୁଲନ ଲୋହାରଙ୍କ ପନ୍‌ôୀ ସବିତା ଲୋହାର,ବୁଦ୍ଧିଜୀବି,ଯୋଡା ଥାନା ଆଇଆଇସି ରାଇସେନ ମୁର୍ମୁ, ବଡବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା ଙ୍କ ଉପସ୍ଥିତିରେ ମୃତକଙ୍କ ପରିବାରଙ୍କୁ ଆର୍ଥିକ କ୍ଷତି ପୂରଣ ପ୍ରଦାନ ନେଇ ଏକ ଆଲୋଚନା ହୋଇଥିଲା । ବଡବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା ମୃତ ଦୁଲୁନ ଲୋହାରଙ୍କ ପତ୍ନୀ ସବିତା ଙ୍କୁ ଭତା ଓ ତାଙ୍କ ଝିଅଙ୍କୁ ଶିକ୍ଷାଦାନ ଦେବାର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶୃତି ଦେଇଥିବା ବେଳେ ସବିତାଙ୍କୁ କୌଣସି ଏକ କମ୍ପାନୀରେ ନିଯୁକ୍ତି ଦେବାପାଇଁ ଯୋଡା ଥାନା ଆଇଆଇସି ଶ୍ରୀ ମୁର୍ମୁ ପ୍ରତିଶୃତି ଦେଇଥିଲେ । ପ୍ରଶାସନ ପକ୍ଷରୁ ସରକାରୀ ସହାୟତା ସହିତ ବିଭିନ୍ନ ବେସରକାରୀ ସଂସ୍ଥା ପକ୍ଷରୁ ସବିତାଙ୍କ ପରିବାରଙ୍କୁ ୫୫ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବାର ଏହି ଆଲୋଚନାରେ ପ୍ରତିଶୃତି ଦିଆଯାଇଥିଲା ।
ସୂଚନାଯୋଗ୍ୟ ସୋମବାର ସଂନ୍ଧ୍ୟା ୫ ଟା ସମୟରେ ଯୋଡାରେ ରହୁଥିବା ଇରଫାନ୍ ଖାନ୍ ନାମକ ଯୁବକ ଏକ ବଲେରୋନଂ ଓଆର୦୨ଏଏନ୍ ୫୦୮୬ ଗାଡିକୁ ଲୁଟ କରି ଖୁବ ଦୃତଗତିରେ ଚଳାଇ ନେଇ ଫେରାର ହୋଇଯାଉଥିବା ସମୟରେ ଗଣେଷ ଭବନ ରାସ୍ତାରେ ଦୁର୍ଘଟଣା ଘଟାଇଥିଲା । ଏଥିରେ ସ୍ଥାନୀୟ ହଟିଂରେ ଘର ସମ୍ମୁଖରେ ଠିଆ ହୋଇଥିବା ବାପ, ପୁଅ ଓ ଝିଅଙ୍କ ଉପରେ ବଲେରୋଟି ଚଢିଯିବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନାରେ ଅନ୍ୟ ୨ ଜଣଙ୍କର ମୃତ୍ୟୁ ଘଟିଥିଲା । ଏହି ଦୁର୍ଘଟଣାରେ ବଲେରୋ ଚଳାଉଥିବା ଇରଫାନ୍ ଖାନ୍ ମଧ୍ୟ ଆହତ ହୋଇଥିଲେ । ପୋଲିସ ଏହି ଘଟଣାର ତଦନ୍ତ କରି ଯୋଡା ଥାନାରେ କେଶ ନଂ ୧୮୫/୨୦୧୯ ଏକ ମାମଲା ରୁଜୁ କରିଛି । ତେବେ ବଲେରୋ ଗାଡି କୁ ଲୁଟ କରାଯାଇ ଥିବା ନେଇ ଯୋଡା ଥାନାରେ ଉକ୍ତ ବଲେରୋ ଗାଡିର ଡ୍ରାଇଭର ପ୍ରଦୀପ ଧଳ ଲିଖିତ ଏତଲା ଦେବାପରେ ପୋଲିସ ଉକ୍ତ ବଲେରୋକୁ ଜବତ କରିବା ସହିତ ଦୁବୃର୍ତ ଙ୍କ ଠାରୁ ଏକ ଭୁଜାଲି ଜବତ କରିଛିି । ତେବେ ଦୁବୃର୍ତ ଯୋଡା ଦୀପୁ ହଟିଂ ର ଇରଫାନ ଖାଁ ଙ୍କ ନାମରେ ପୂର୍ବରୁ ଏକ ଦୁଷ୍କର୍ମ ଅଭିଯୋଗ, ୩ଟି ଭୁଜାଲି ମାଡ,୧ଟି ଚୋରି, ଓ ୧ଟି ଚୋରାମଦ କାରବାର ମାମଲା ରହିଥିବା ଯୋଡା ଥାନା ଆଇଆଇସି ରାଇସେନ ମୁର୍ମୁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ