ବ୍ରହ୍ମପୁରରେ ସ୍ୱର୍ଣ୍ଣ ପଦକ ବିଜେତା ଚନ୍ଦନଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର, (ଅନିଲ କୁମାର): ବିଶ୍ୱ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରି ଫେରିଥିବା ବ୍ରହ୍ମପୁର ଲକ୍ଷ୍ମୀ ନୃସିଂହ ସାହିର ଚନ୍ଦନ କୁମାର ସାହୁଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଛି । ଏହି ଅବସରରେ ତାଙ୍କ କୋଚ ଏସ୍‌ ରାଜେଶ କୁମାର ଆଚାରୀ ସମେତ ବହୁ କ୍ରୀଡ଼ାପ୍ରେମୀ ଉପସ୍ଥିତ ରହି ଚନ୍ଦନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ପ୍ରକାଶ ଥାଉକି ଉଜ୍‌ବେକିସ୍ତାନର ତାସକେଣ୍ଟରେ ଆୟୋଜିତ ଏହି ପ୍ରତିଯୋଗିତାର ୬୦କେଜି ବର୍ଗରେ ଚନ୍ଦନ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଏଭଳି ଅନ୍ତର୍ଜାତୀୟ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିବାରେ ଚନ୍ଦନ ଗଞ୍ଜାମ ଜିଲ୍ଲାର ପ୍ରଥମ ଖେଳାଳି ବୋଲି ତାଙ୍କ କୋଚ ଏସ୍‌, ରାଜେଶ ପ୍ରକାଶ କରିଥିଲେ । ଏଥିରେ ସଭାନେତ୍ରୀ ସୁମିତ୍ରା ତ୍ରିପାଠୀ, ସମ୍ପାଦକ ପ୍ରସନ୍ନ କୁମାର ମହାସୁଆର, ଯୁଗ୍ମ ସମ୍ପାଦକ ପ୍ରଫୁଲ ଗୁରୁଙ୍କ ପକ୍ଷରୁ ଶୁଭକାମନା ଓ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା । ସେହିପରି ଖୋଡ଼ାସିଙ୍ଗି ଠାରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ବନମାଳୀ ସେଠୀ, ମଳୟ ବିଶୋୟୀ, ଶୂନ୍ୟଚନ୍ଦ୍ର ଦାସଙ୍କ ସମେତ ସହରର ବହୁ କ୍ରୀଡ଼ାପ୍ରେମୀ ଉପସ୍ଥିତ ରହି ଚନ୍ଦନଙ୍କୁ ସମ୍ବର୍ଦ୍ଧନା ସହ ସହର ପରିକ୍ରମାକରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ