ବ୍ରହ୍ମପୁରରେ ୫ ଲକ୍ଷ ଟଙ୍କାର ଗୁଟ୍‌ଖା ଜବତ

ବ୍ରହ୍ମପୁର, (ଅନିଲ କୁମାର): ବ୍ରହ୍ମପୁରରେ ଦିନକୁ ଦିନ ବଢ଼ି ଚାଲିଛି ବେଆଇନ ଗୁଟଖା ବେପାର । ଦୋକାନରେ ଖୁଲମଖୁଲା ବିକ୍ରି ହେଉଥିବା ବେଳେ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ମଧ୍ୟ ନିଆଯାଉନାହିିଁ, ଫଳରେ ଏହାର ବ୍ୟବସାୟ ଆହୁରି ସକ୍ରିୟ ହେବାରେ ଲାଗିଛି । ବଡବଜାର ଥାନା ଅନ୍ତର୍ଗତ ପାଣିଗ୍ରାହୀ ପେଣ୍ଠ ସାହି ସ୍ଥିତ ଆନନ୍ଦନଗର ଏକ ଗୋଦାମରୁ ପୋଲିସ ବହୁ ଗୁଟ୍‌ଖା ଜବତ କରି ଜଣକୁ ଗିରଫ କରିଥିବା ଅତିରିକ୍ତି ଏସପି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ବଡବଜାର ଥାନା ଏସ୍‌ଆଇ ଓ ତାଙ୍କ ଟିମ୍‌ ବଡବଜାର ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ବେଳେ ପାଣିଗ୍ରାହିପେଣ୍ଠ ସ୍ଥିତ ଆନନ୍ଦନଗର ଅଞ୍ଚଳର ଏକ ଗୋଦାମ ଘରେ ଗୁଟ୍‌ଖା ମହଜୁତ ଥିବା ସୂଚନା ପାଇ ତୁରନ୍ତ ଚଢ଼ାଉ କରିଥିଲେ । ୫ ବସ୍ତା ୯ ଷ୍ଟାର ଗୋକୁଳ ଡିଲକ୍ସ ମିକ୍ସ,୧୫ ବସ୍ତା ଶିବାଜୀ ମାୱା ମସଲା, ୧୫ ବସ୍ତା ଧୂଆଁ ପତ୍ର, ୧୦ ବସ୍ତା ରକେଟ ରଏଲ ବ୍ରାଣ୍ଡର ଖଇନି ଜବତ କରିବା ସହ ପନ୍ଦରା ବାଡ ସାହିର ସନ୍ତୋଷ ସାହୁଙ୍କୁ ଗିରଫ କରିଥିଲେ ।ଜବତ ଗୁଟ୍‌ଖାର ମୂଲ୍ୟ ପ୍ରାୟ ୫ ଲକ୍ଷଟଙ୍କା ହେବ ବୋଲି କୁହାଯାଇଥିବା ବେଳେ ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ