ବ୍ରହ୍ମପୁର ବିଜେପିର ‘ଚାଏ ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ
ବ୍ରହ୍ମପୁର,(ଓ୍ବାଇଏନ୍ଏସ୍): ମଙ୍ଗଳବାର ଠାରୁ ବ୍ରହ୍ମପୁର ବିଜେପି ପକ୍ଷରୁ ଚାଏ ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଆରମ୍ବ ହୋଇଛି । ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟିକୁ ତୃଣମୂଳ ସ୍ତରରୁ ସୁଦୃଢ କରିବା ପାଇଁ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି ଅଂଟା ଭିଡିବା ସହ ଏହିଭଳି ଉଦ୍ୟମ ଆରମ୍ବ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ମଙ୍ଗଳବାର ଦିନ ବଡ ବଜାର ଅଂଚଳର ଆଗାସାହି ସ୍ଥିତ ଚା ଖଟ୍ଟିରେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଆରମ୍ବ କରିଥିବା ବେଳେ ଆଜି ପୁରୁଣା ବ୍ରହ୍ମପୁର ତଳମେଂଟୁ ଛକ ସ୍ଥିତ ଚା ଖଟ୍ଟିରେ ଯୋଗ ଦେଇଥିଲେ । ଏହାଦ୍ୱାରା ସ୍ଥାନୀୟ କର୍ମୀଙ୍କ ମହୋଲରେ ଉତ୍ସାହ ଦେଖାଦେଇଥିଲା । ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଜନସାଧାରଣଙ୍କ ନିକଟତର ହେବା ସହ ଅଂଚଳର ନେତା ଓ କର୍ମୀଙ୍କୁ ଉତ୍ସାହିତ କରିବ ବୋଲି ବିଜେପି ନେତା ଶ୍ରୀ ପତି ମତ ରଖିଥିଲେ । ଏହି ପରିପେକ୍ଷିରେ ସ୍ଥାନୀୟ ଅଂଚଳବାସୀ ନିଜ ନିଜ ଅଂଚଳରେ ଥିବା ବିଭିନ୍ନ ସମସ୍ୟା ନେଇ ଶ୍ରୀ ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଅବସରରେ ଶ୍ରୀ ପତି ଏହିଭଳି କାର୍ଯ୍ୟକ୍ରମ ପ୍ରତିଦିନ ସକାଳ ୮ ରୁ ୯ ଘଂଟ ପର୍ଯନ୍ତ ବ୍ରହ୍ମପୁର ସହରର ପ୍ରତ୍ୟକ ଓାର୍ଡକୁ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିବା ସହିତ ସମାଧାନର ବାଟ ବାହାର କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଆଜି ଆୟୋଜିତ ଚାଏ ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ବିନାୟକ ରଥ,କେ.ଟୁଙ୍ଗୁରୁ ପାତ୍ର,ପ୍ରଭାତ ଷଡଙ୍ଗୀ,ସୁମନ ଶତପଥି,ବିଘ୍ନରାଜ ନାୟକ,ପ୍ରଦୀପ ମିଶ୍ର,କିରଣ କୁମାର ସାହୁ,ମଧୂ ସୂଦନ ସାହୁ,କୋମଲ ପାତ୍ର,ସୁମନ ମହାରଣା, ଉଦୟ ନାଥ ସାହୁ,ସୁରେଶ ନାୟକ,ଚନ୍ଦ୍ର ଶେଖର ପାଢୀ,କେ.ସୁନିଲ ପାତ୍ର,ନିଳାଂଚଳ ପଣ୍ଡା,ରିଙ୍କୁ ଶତପଥି,ଶିବପାତ୍ର,ସନ୍ତୋଷ ବେହେରା,ସନ୍ତୋଷ ପୃଷ୍ଟିଙ୍କ ସମେତ ବହୁ କାର୍ଯ୍ୟକର୍ତା ଓ ଅଂଚଳବାସୀ ସାମିଲ ହୋଇଥିଲେ ।


