ବ୍ରାହ୍ମଣ ପୁତ୍ରକୁ ବ୍ରତ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଲେ ମହିଳା

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ର ବ୍ରହ୍ମଚାରୀ ପୂଜା କରୁଥିବା କିଛି ମହିଳା ମାନେ ଏକ ବ୍ରାହ୍ମଣ ପୁତ୍ରକୁ ବ୍ରତ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ପୁରୁଷୋତ୍ତମପୁର ଅଂଚଳର ଅରୁଣ ପାତ୍ର ନାମକ ଜଣେ ବ୍ରାହ୍ମଣ ବାଳକକୁ ମହିଳା ମାନେ ତାଙ୍କ ବାପା ମାଙ୍କ ଉପସ୍ଥିତିରେ ଆଜି ସ୍ଥାନୀୟ ତାଡେପଲ୍ଲୀ ସାହି ସ୍ଥିତ ଶ୍‌ରି ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ରିତିନିତୀ ଅନୁଯାୟୀ ସମ୍ପନ୍ନ କରିଛନ୍ତି । ଭୋଜିଭାତ ଠାରୁ ଆରମ୍ଭ କରି ସମସ୍ତ ପୂଜା ସହିତ ନୀତିକର୍ମ ମଧ୍ୟ କରିଛନ୍ତି । ଏହି ମାଙ୍ଗଳିକ କାର୍ଯ୍ୟ ମହିଳା ଗୋଷ୍ଠି ମାନେ କରିଥିବାରୁ ଛତ୍ରପୁର ଅଂଚଳରେ ପ୍ରଶଂସାର ପାତ୍ର ସାଉଁଟିଛନ୍ତି । ଏଥିରେ ମଞ୍ଜୁ ପାଢୀ, ରାଜେଶ୍ୱରୀ ପଟ୍ଟନାୟକ, ରାଜଲକ୍ଷ୍ମୀ ଆଚାର୍ଯ୍ୟ, ଶାନ୍ତି, ରୀନା ପାତ୍ର, ସୁଲୋଚନା ସାହୁ, ସୁଷମା ମହାପାତ୍ର, ଅହଲ୍ୟା ପୁରୋହିତ, ମମତା ପଣ୍ଡା, କଲ୍ୟାଣୀ ପୁରିହିତ, ସନ୍ଧ୍ୟା ପୁରୋହିତ, ପାର୍ବତୀ ପୁରୋହିତ, ଯମୁନା, ପୁଷ୍ପା ମିଶ୍ର, ସୁଦେଷ୍ଣା ଦାଶ, ନନ୍ଦିନୀ ତରେଇ, ବାସନ୍ତି ଶତପଥି, ମୀରା ତ୍ରିପାଠୀ, ପ୍ରଭାସିନୀ ପଣ୍ଡା, ଗାୟତ୍ରୀ ପାଢୀ, କିଶୋରୀ ଆଚାର୍ଯ୍ୟ, ମାଧୁରୀ ଦାଶ, ରିତୁ ପଣ୍ଡା, ଶାନ୍ତି, କଳ୍ପନା, ଜୋସ୍ନା, ସୁଶୀଳା, ସାନ ଝିଅ, ବିଜୟଲକ୍ଷ୍ମୀ ଦାଶ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ