ବ୍ରେନ୍ ଷ୍ଟ୍ରୋକ୍ର କାରଣ
ହୋଇଯାଆନ୍ତୁ ସାବଧାନ ଅଧିକାଂଶ ଲୋକଙ୍କର ବ୍ରେନ୍ ଷ୍ଟ୍ରୋକ୍ରେ ମୃତ୍ୟୁ ହେଉଛି । ବିଶେଷ କରି ୮୫ ପ୍ରତିଶତ ଲୋକଙ୍କର ଇକୋନମିକ ଷ୍ଟ୍ରୋକ ହେଉଥିବା ବେଳେ ୧୫ ପ୍ରତିଶତ ଲୋକଙ୍କର ବ୍ରେନ ହେମରେଜ ହୋଇଥାଏ ବୋଲି ଏକ ସର୍ଭେରୁ ଜଣାପଡିଛି । ଏହାର ପ୍ରମୁଖ କାରଣ ଉଚ୍ଚ ରକ୍ତଚାପ ହିଁ ହୋଇଥାଏ । ଦାୟିତ୍ୱହୀନତା କାରଣରୁ ଏପରି ହୋଇଥାଏ । ରୋଗର ଲକ୍ଷଣ ଦେଖାଗଲେ ଏହାର ଚିକିତ୍ସା କରାଇ ନେବା ଭଲ । ମସ୍ତିଷ୍କରୁ କୌଣସି ଅଂଶରେ ରକ୍ତ ଜମାଟ ବାନ୍ଧିଗଲେ ବା ରକ୍ତ ସଞ୍ଚାଳନ ନ ହୋଇପାରିଲେ ବ୍ରେନ ଷ୍ଟ୍ରୋକ ହୋଇଥାଏ । ବ୍ରେନ୍ଷ୍ଟ୍ରୋକ ଯୋଗୁଁ ମସ୍ତିଷ୍କର ଟିସୁରେ ଅକ୍ସିଜେନ ଓ ପୋଷକ ତତ୍ତ୍ୱ କମ୍ ହୋଇଯାଇଥାଏ । କିଛି ମିନିଟ୍ରେ ମସ୍ତିଷ୍କରେ ଥିବା କୋଷିକାଗୁଡିକ ନଷ୍ଟ ହୋଇଯାଇଥାଏ । ଷ୍ଟ୍ରୋକ ହେଲା ମାତ୍ରେ ଏହାର ତୁରନ୍ତ ଚିକିତ୍ସା କରାଗଲେ ମସ୍ତିଷ୍କର କ୍ଷତି କମ୍ ହୋଇଥାଏ । ବିଶେଷ କରି ଏହି ରୋଗ ଶୀତଦିନରେ ଅଧିକ ହୋଇଥାଏ । ବ୍ରେନ୍ ଷ୍ଟ୍ରୋକ୍ର ଲକ୍ଷଣ: କଥା ସ୍ପଷ୍ଟ ହୋଇନଥାଏ । କଥା କହିଲା ବେଳେ ପାଟି ଖନି ମାରେ । ବ୍ୟକ୍ତି ଠିକ୍ରେ କଥା ବୁଝିପାରେ ନାହିଁ । ହାତ ଗୋଡର ସ୍ନାୟୁ ଦୁର୍ବଳ ହୋଇଯାଇଥାଏ । ଗୋଟିଏ ବା ଦୁଇ ଆଖିର ଦୃଷ୍ଟି ଶକ୍ତି ଧୀରେ ଧୀରେ କମି ଯାଇଥାଏ । ହଠାତ୍ ଅନ୍ଧାରୁଆ ଦେଖାଯାଇଥାଏ । ମୁଣ୍ଡ ହଠାତ୍ ଜୋରରେ ବିନ୍ଧିଥାଏ । ବ୍ୟକ୍ତିର ମୁଣ୍ଡ ଘୂରାଇବା ସହ ବାନ୍ତି ହୋଇଥାଏ । ବେଳେ ବେଳେ ବେହୋସ ହୋଇଯାଇଥାଏ । ବ୍ୟକ୍ତିକୁ ଯାତାୟତ କରିବାରେ ଅସୁବିଧା ସୃଷ୍ଟି ହୋଇଥାଏ । ବ୍ୟକ୍ତିଟି ଅଧିକ ବାଟ ଚାଲି ହାଲିଆ ହୋଇଥାଏ । ହାତ ଟେକିବାରେ ଅସୁବିଧା ହୋଇଥାଏ ।


