ବ୍ଲକ ସ୍ତରୀୟ ଅକ୍ଷୟ ତୃତୀୟା ଦିବସ ତଥା କୃଷକ ଦିବସ ପାଳିତ
ଛତ୍ରପୁର, (ଦେବଦତ୍ତ ମହାରଣା):କୃଷି ଓ କୃଷକ ସଶକ୍ତକରଣ ବିଭାଗ ପକ୍ଷରୁ ଛତ୍ରପୁର ବ୍ଲକ ଅନ୍ତର୍ଗତ ବି. ତୋଟାପଲ୍ଲୀ ଗ୍ରାମରେ ରବିବାର ବ୍ଲକ ସ୍ତରୀୟ ଅକ୍ଷୟ ତୃତୀୟା (କୃଷକ ଦିବସ) ସମାରୋହ-୨୦୨୩ ଓ ଅଖି ମୁଠୀ ଅନୁକୁଳ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଛତ୍ରପୁର ବ୍ଲକର ବିଭିନ୍ନ ପଂଚାୟତର ଜନ ପ୍ରତିନିଧି ଏବଂ କୃଷି ବିଭାଗର ଅଧିକାରୀ ମାନେ ଯୋଗ ଦେଇ ମା ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରିବା ସହ ଅଖି ମୁଠୀ ଅନୁକୁଳ କରିଥିଲେ । ସୁନ୍ଦରପୁର ସରପଂଚ ଗଗନ ବେହେରା, ସମିତିସଭ୍ୟା ସୁଜ୍ଞାନୀ ସେଠୀ, ଲକ୍ଷ୍ମୀପୁର ସରପଂଚ ଝୁଲି ନାହାକ, ସମିତିସଭ୍ୟ ଏନ୍. ରମେଶ ରେଡ୍ଡୀ, କାଳିପଲ୍ଲୀ ସରପଂଚ ପ୍ରତିନିଧି ବି. ଚନ୍ଦ୍ରମଣି ପାତ୍ର, ୱାର୍ଡ ସଭ୍ୟା କୁନି ନାହାକ, ମାଗୁଣି ବିଷୋୟୀ, କେଶବ ନାହାକ,ଦୁର୍ଯ୍ୟୋଧନ ନାହାକ,ସହକାରୀ କୃଷି ଅଧିକାରୀ ନିରୁ ନିକୁଞ୍ଜ ନାୟକ, ଅତିରିକ୍ତ ପଶୁ ଧନ ନିରୀକ୍ଷିକା ମଧୁମିତା ସାହୁ, କୃଷି ଅଧିଦର୍ଶକ ଦୁର୍ଗା ପ୍ରସାଦ ପ୍ରଧାନ ଓ ସିମାଂଚଳ ଦାଶ, କୃଷି କର୍ମଚାରୀ ମିଥୁନ ସେଠୀ, ସୁବାସିନୀ ପଟ୍ଟନାୟକ, ନିହାରିକା ପଣ୍ଡା, ମୋନାସିକା ବେହେରା, ତେଜସ୍ୱିନୀ ବେହେରା, ସୁନିତା ସେଠୀ, ମୌସୁମୀ ବେହେରା, ଏଟିଏମ ଗୋପୀନାଥ ଦାଶ ଓ ସୋନାଲି ପ୍ରିୟଦର୍ଶିନୀ ପ୍ରମୁଖ ଚାଷ ଅନୁକୂଳ ପାଗ ଏବଂ ଉନ୍ନତ ଫସଲ ନିମନ୍ତେ ମା ଲକ୍ଷ୍ମୀଙ୍କୁ ପ୍ରାର୍ଥନା କରିବା ସହ ଅନ୍ନଦାତା ଚାଷୀ ମାନଙ୍କ ମଙ୍ଗଳ କାମନା କରିଥିଲେ । ଏହି ଅବସରରେ ବହୁ ଚାଷୀ ହଳିଆ ଗୀତ ଗାଇ ଚାଷ କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା ।


