ବ୍ଳକ ସ୍ତରୀୟ ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କ କ୍ରୀଡା ପ୍ରତିଯୋଗିତା

ଭଞ୍ଜନଗର-ଶୁକ୍ରବାର ଭଞ୍ଜନଗର ବ୍ଳକ ସ୍ତରୀୟ ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କ ନିମିତ୍ତ କ୍ରୀଡା ପ୍ରତିଯୋଗିତା ୨୦୧୯ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ବିଦ୍ୟାଳୟରୁ ଶତାଧିକ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥଲେ । ଦୌଡ,ମ୍ୟୁଜିକ୍ ଚେୟାର,ହ୍ବିଲ୍ ଚେୟାର ଦୌଡ ଭଳି ପ୍ରତିଯୋଗିତା ଗୁଡିକରେ ଏହି ଦିବ୍ୟାଙ୍ଗ ଛାତ୍ର ଛାତ୍ରି ମାନେ ଅଂଶ ଗ୍ରହଣ କରି ନିଜର ପାରଦର୍ଶିତା ଦେଖାଇ ପୁରସ୍କୃତ ହୋଇଥଲେ । ଏହି କାର‌୍ୟ୍ୟକ୍ରମକୁ ଭଞ୍ଜନଗର ବି.ଡି.ଓ ଶ୍ରୀ ଅନିଲ କୁମାର ସେଠୀ ପତାକା ଦେଖାଇ ଶୁଭାରମ୍ଭ କରିଥିବାବେଳେ ଉଦଯାପନୀ ଉତ୍ସବରେ ଭଞ୍ଜନଗର ବି.ଇ.ଓ ଶ୍ରୀ ଏସ୍.ଧନଞ୍ଜୟ ଓ ଏ.ବି.ଇ.ଓ ଶ୍ରୀ ହୃଷିକେଶ ସ୍ବାଇଁ ଯୋଗଦେଇ କୃତୀ ଶିକ୍ଷାର୍ଥୀଙ୍କୁ ପ୍ରମାଣ ପତ୍ର ବଣ୍ଟନ କରିଥଲେ । ଦିବ୍ୟାଙ୍ଗ ପିଲାମାନେ କୌଣସି ଗୁଣରେ ଅନ୍ୟ ପିଲାମାନଙ୍କ ଠାରୁ କମ୍ ନୁହନ୍ତି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି କାର‌୍ୟ୍ୟକ୍ରମକୁ ପରିଚାଳନା କରିଥିଲେ ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ମମିତା ପ୍ରଧାନ, ବ୍ଳକ ସମ୍ବଳ ଶିକ୍ଷକ ଶ୍ରୀ ଅନୀଲ କୁମାର ମୁଦୁଲି ଓ ଚିନ୍ମୟ କୁମାର ଦାଶ । ସମସ୍ତ ଅନ୍ତର୍ନିବେଶୀ ସ୍ବେଛାସେବୀ , ସି.ଆର୍.ସି.ସି ଭଗବାନ ଭୂୟାଁ,ନାରୟଣ ମହାପାତ୍ର,ସନ୍ତୋଷ କୁମାର ସାହୁ,ତ୍ରିନାଥ ବେହେରା,ସଞ୍ଜୟ କୋଠିଆ,ରାଘବ ନାୟକ,ସନ୍ତୋଷ ଗୌଡ,ମୋହନ ସାହୁ,ସନ୍ତୋଷ କୁମାର ସାହୁ ,ନିରଞ୍ଜନ ଦିଗାଲ,ମନୋଜ କୁମାର ଗୋଡ,ଦେବୀ ପ୍ରସାଦ ଦାଶ,ମନୋଜ ପାଳ, ଆଦିକନ୍ଦ ଗୌଡ, ବୃନ୍ଦାବନ ସେଠୀ,ସୁନୀଲ୍ ପାଣି,ଓ ଏହି ବ୍ଳକରେ କାର‌୍ୟ୍ୟରତ ସମସ୍ତ ନବ ନିଯୁକ୍ତ ପି.ଏ.ଜି ମାନେ ଉପସ୍ଥିତ ରହି ସହାୟତା କରିଥଲେ । ବିଜୟୀ ଛାତ୍ର ଛାତ୍ରୀ ଆସନ୍ତା ୨୬ ତାରିଖରେ ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଅଂଶ ଗ୍ରହଣକରିବେ ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ