ସୁକନ୍ୟାର କଳାକାର ମାନଙ୍କ ନୃତ୍ୟ ପ୍ରଦର୍ଶନ

ଯାଜପୁର:ଯୁବ ପ୍ରତିଭାର କଳା ଓ ନୁପୁଣାତା ପରିଲକ୍ଷିତ ହୋଇଚ୍ଥି ଯୁବ ଉତ୍ସବରେ । ଗତ ୨୧ ତାରିଖରୁ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଉଦ୍ଘାଟିତ ହୋଇଥିବା ଯୁବ ଉତ୍ସବରେ ଶୁକ୍ରବାର ଧର୍ମଶାଳାର ସୁକନ୍ୟା ଅନୁଷ୍ଠାନର କଳାକାର ମାନେ ମଶାଣି… ମଶାଣି ନାମରେ ଏକ ଚର୍ଚ୍ଚିତ ଗୀତ ଓ ପରଦେଶୀ ଯାଏ ଚାଲି ନାମରେ ଏକ ଗୀତକୁ ନୃତ୍ୟ ମାଧ୍ୟମରେ ମଞ୍ଚସ୍ଥ କରିଥିଲେ । ଏହି ଦୁଇଟି ଗୀତକୁ କଳାକାର ଅଜୟ କୁମାର ବାରିକ, ନବଘନ ସାହୁ, ରାକେଶ ବେହେରା, ବିକାଶ ବାରିକ, ପୂର୍ଣ୍ଣିମା, ପ୍ରତିଶ୍ୱନୀ ପ୍ରିୟଦର୍ଶିନୀ, ରଞ୍ଜିତା ବାରିକ ପ୍ରମୁଖ ସୁନ୍ଦର ଅଭିନୟ କରି ଦର୍ଶକଙ୍କୁ ଆକୃଷ୍ଟ କରିଥିଲେ । ଏହି ଗୀତ ଦୁଇଟିକୁ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ରଚନା କରିଥିବା ବେଳେ ଦୀନେଶ ମଲ୍ଲିକ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ । ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ର, କରୁଣାକର ଓ କୁମାର ଦିଲିପ ଏହି ଗୀତ ଗୁଡିକୁ ଗାଇଚ୍ଥନ୍ତି ଯାହାକି ୟୁ ଟ୍ୟୁବରେ ମଧ୍ୟ ଉପଲବ୍ଧ । ସେହିପରି ଅତିରିକ୍ତ ଜିଲ୍ଳ୍ାପାଳଙ୍କ ଷ୍ଟେନୋ ତଥା କଳାରେ ଋଚି ରଖୁଥିବା ପ୍ରଶାନ୍ତ କୁମାର ପୁହାଣ ବଂଶୀ ବାଦନ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ । ତାଙ୍କୁ ଧିରେନ୍ଦ୍ର ରାୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ