ବ୍ୟାରେକ ସାହି ହେଲା କଣ୍ଟେନମେଣ୍ଟ ଜୋନ

ଛତ୍ରପୁର (ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହର କୁ ଛୁଇଁଲା କରୋନା ଭୁତାଣୁ l ଛତ୍ରପୁର ଏନ.ଏ.ସି ର ୧୧ ୱାର୍ଡର ବ୍ୟାରେକ ସାହିରୁ ଦୁଇଟି କରୋନା ପଜିଟିଭ ଚିହ୍ନଟ ହେବା ପରେ ସୁରକ୍ଷା ଦୃଷ୍ଟିରୁ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ପାଇଁ ଛତ୍ରପୁର ତହସୀଲଦାର ନୀଳ ମାଧବ ଭୋଇ ଏବଂ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ. ଗଣେଶ ବାବୁ ଜିଲ୍ଲା ପ୍ରଶାସନ କୁ ନିବେଦନ କରିଥିଲେ। ନିର୍ଦ୍ଦେଶ ଆସିବା ପରେ ଏନଏସି ର ୧୧ ୱାର୍ଡ ଅନ୍ତର୍ଗତ ବ୍ୟାରେକ ସାହି କୁ କଣ୍ଟେନମେଣ୍ଟ ଜୋନ ଓ ଏହା ବ୍ୟତୀତ ଏନଏସି ର ରିକାପଲ୍ଲୀ ଛକ, ଶଙ୍କରମଠ ସାହି, ରାମକୃଷ୍ଣ ନଗର ଓ ବିଦ୍ୟାଧର ନଗର କୁ ବଫର ଜୋନ ଘୋଷଣା କରାଯାଇଛି। ପ୍ରଶାସନ ପକ୍ଷରୁ ଏହି ସମସ୍ତ ଅଞ୍ଚଳ ପ୍ରତି ସତର୍କ ଦୃଷ୍ଟି ରଖାଯାଇଛି। ୧୧ ନଂ ୱାର୍ଡ ର ବ୍ୟାରେକ ସାହି କୁ ସଂଲଗ୍ନ ସମସ୍ତ ରାସ୍ତାକୁ ସିଲ କରାଯାଇ ଯାତାୟାତ ଓ ଦୋକାନ ବଜାର ଉପରେ କଟକଣା ଲଗାଯାଇଛି।ଏହି ଅଞ୍ଚଳରେ ବାସ କରୁଥିବା ଲୋକ ମାନେ ସତର୍କତା ଅବଲମ୍ବନ କରି ଘରେ ରହିବା ଜରୁରୀ ହୋଇ ପଡିଛି। ଏହା ସହ ଦୁଇଟି କରୋନା ପଜିଟିଭ ଙ୍କ ସ୍ପର୍ସ ରେ ଆସିଥିବା ଲୋକଙ୍କୁ ଚି଼ହ୍ନ ଟ କରାଯାଉଛି l ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଶନିବାର ଠାରୁ ସାହି ର ସମସ୍ତ ଙ୍କ ସ୍ୱାସ୍ଥ୍ୟ ସ୍କେନିଂ କରାଯିବ ବୋଲି ସୂଚନା ମିଳିଛି l କଣ୍ଟେନମେଣ୍ଟ ଜୋନ କୁ ତଦାରଖ ନିମନ୍ତେ ଛତ୍ରପୁର ଅତିରିକ୍ତ ତହସିଲଦାର ଜସ୍ମିନ ପ୍ରଧାନ ଙ୍କୁ ମାଜିଷ୍ଟ୍ରେଟ ଦାୟିତ୍ୱ ଦିଆଯାଇଛି l କଣ୍ଟେନମେଣ୍ଟ ଜୋନ ଅଂଚଳ ରେ ଅସ୍ଥାୟୀ ଚେକ ପୋଷ୍ଟ ଲାଗି ଛତ୍ରପୁର ଥାନା ଅଧିକାରୀ ଙ୍କୁ ନିର୍ଦେଶ ଦିଆଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ