ବଡ଼ ଏକାଦଶୀ ପାଇଁ ପାବନ ଶ୍ରୀକ୍ଷେତ୍ର ଲୋକାରଣ୍ୟ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳିକାଟୁ ପୌରାଂଚଳ ପାବନ ଶ୍ରୀକ୍ଷେତ୍ର ଶ୍ରୀଜଗନ୍ନାଥ ମନ୍ଦିରରେ ବଡ଼ ଏକାଦଶୀ ପାଇଁ ମନ୍ଦିର ପରିସର ଲୋକାରଣ୍ୟ ହୋଇପଡ଼ିଛି । ବଡ଼ ଏକାଦଶୀ ଉପଲକ୍ଷେ ଶ୍ରୀଜଗନ୍ନାଥଙ୍କ ସ୍ୱତନ୍ତ୍ର ଲକ୍ଷ୍ମୀ ନାରାୟଣ ବେଶ ଅନୁଷ୍ଠିତ ହୋଇଥିଲଶ । ସନ୍ଧ୍ୟାରେ ଆକର୍ଶଣୀୟ ବେଶ ସାଙ୍ଗକୁ ୧୦୮ ଆଳତି ଦର୍ଶନ ଲାଗି ମନ୍ଦିର ପରିସରରେ ଭକ୍ତ ମାନଙ୍କ ଅସମ୍ଭବ ଭିଡ଼ ଲାଗି ରହିଥିଲା । ଶ୍ରୀଜଗନ୍ନାଥଙ୍କ ବିଜେ ପ୍ରତିମା ଶ୍ରୀମଦନମୋହନଙ୍କୁ ଖୋଳ, କରତାଳ, ହରିବୋଲ ଓ ହୁଳହୁଳି ଧ୍ୱନି ମଧ୍ୟରେ ୩ଥର ବେଢା ପରିକ୍ରମା କରାଯାଇଥିଲା । ମନ୍ଦିର ସେବାଧିପତିଙ୍କପକ୍ଷରୁ ତାଙ୍କରି ପୁତ୍ର ଲୋକନାଥ ସାହୁ ହାଦୀପ ଧାରଣ କରି ଠାକୁରଙ୍କ ସହ ପରିକ୍ରମାରେ ଅଂଶ ଗ୍ରହଣ କରିଥିଲେ ।ପରେ ମହାଦୀପକୁ ମନ୍ଦିର ଚୂଡ଼ାରେ ସ୍ଥାପନ କରାଯାଇଥିଲା । ଆସନ୍ତା କାଲି ଠାରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଠାକୁରଙ୍କୁ କ୍ରମାନ୍ୱୟରେ ଦିଅଁମାନେ ବାଙ୍କଚୁଡ଼ା ବେଶ, ଆଡ଼କିଳା ବେଶ, ଡ଼ାଳିକିଆ ବେଶ ଏବଂ ରାସପୂର୍ଣ୍ଣିମାରେ ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ