ଭଞ୍ଜନଗର ଏନ. ଏ. ସି ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ କଣ୍ଟାଇନମେଣ୍ଟ ଏଵଂ ବୋଫର ଜୋନ ଘୋଷଣା
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ରେ କରୋନା ପଜିଟିଭ ବାହାରିବା ପରେ , ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ଭଞ୍ଜନଗର ଏନ. ଏ. ସି ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ କଣ୍ଟାଇନମେଣ୍ଟ ଏଵଂ ବୋଫର ଜୋନ ଘୋଷଣା କରିଛନ୍ତି | ଏହାକୁ ଦୁଷ୍ଟିରେ ରଖି ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ଏକ ସମୀକ୍ଷା ବୈଠକ କରିଛନ୍ତି | ବୈଠକରେ ଥାନା ଅଧିକାରୀ ସୁଦୀପ୍ତ ସାହୁ, ତହସିଲଦାର ଆଲୋକ କୁମାର ପ୍ରଧାନ, ମେଡିକାଲ ସୁପାରିଟେଣ୍ଡେଟ ସୀତାଂଶୁ ଶତପଥି, ଏନ. ଏ. ସି ଇ. ଓ ଶ୍ରୀ ଆଚାର୍ଯ୍ୟ . ଉପଖଣ୍ଡ ପଂଚାୟତ ଅଧିକାରୀ ପ୍ରହଲ୍ଲାଦ ପ୍ରଧାନ ଏଵଂ ଭଞ୍ଜନଗର ସି. ଡି. ପି. ଓ ଉପସ୍ଥିତ ଥିଲେ | କଣ୍ଟାଇନମେଣ୍ଟ ଏଵଂ ବୋଫର ଜୋନ ରେ କିପରି ନିଜ ନିଜ କାର୍ଯ୍ୟ ସୁରୁଖୁରୁରେ କରିବା ସହ ସଜାଗ ରହିବେ ସେଥିପ୍ରତି ଦୁଷ୍ଟି ଦେବାକୁ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ | ପରେ ଉପଜିଲ୍ଲାପାଳ ଅଧିକାରୀ ମାନଙ୍କ ସହ ଭଞ୍ଜନଗର ଏନ. ଏ. ସି ଅନ୍ତର୍ଗତ ଘୋଷିତ କଣ୍ଟାଇନମେଣ୍ଟ ଏଵଂ ବୋଫର ଜୋନ ତଦାରଖ କରିଥିଲେ | କଣ୍ଟାଇନମେଣ୍ଟ ଏଵଂ ବୋଫର ଜୋନ ରେ କୌଣସି ଦୋକାନ ଖୋଲା ହେବ ନାହିଁ | ଅତି ଜରୁରୀ ଜିନିଷ ଏନ. ଏ. ସି ତରଫରୁ ବ୍ୟବସାୟୀ ମାନଙ୍କ ତାଲିକା ପ୍ରସ୍ତୁତ କରି ସମ୍ପୃକ୍ତ ଅଂଚଳରେ ବିକ୍ରି କରିବା ବ୍ୟବସ୍ଥା କରିବେ |


