ଆମ ସ୍ୱାସ୍ଥ୍ୟ ଆମ ଦାୟିତ୍ୱ ପ୍ରଶିକ୍ଷଣ ଶିବିର ଆୟୋଜନ 

ଭଞ୍ଜନଗର, ( ସନ୍ତୋଷ କୁମାର ଜେନା) : ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ଆମ “ସ୍ୱାସ୍ଥ୍ୟ ଆମ ଦାୟିତ୍ୱ”ର ବିଭିନ୍ନ ବ୍ଳକ ସ୍ତରରେ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ଏହି ଅବସରରେ ଭଞ୍ଜନଗର ବ୍ଳକ ଶର୍ମିଳନୀ କକ୍ଷରେ ବିଡ଼ିଓ ଅନିଲ କୁମାର ସେଠୀ, ଏବିଡ଼ିଓ ଭଜରାମ ବିଶ୍ୱାଳ,ସିଡିପିଓ ବିଷ୍ଣୁପ୍ରିୟା ସେଠୀ,ଵିଇଓ ଏସ.ଧନଜୟ, ଗୀତାଞ୍ଜଳି ମଲ୍ଲିକ,ବିପିସି ପୁଷ୍ପଲତା ନାହାକ,ମାଷ୍ଟର ଟ୍ରେନର ନେତାଜୀ ବିଷୋୟୀ ଏହି କାଯ୍ୟକର୍ମର ଶୁଭାରମ୍ଭ କରିଛନ୍ତି। କୋରନା ଗୋଷ୍ଟି ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ” ଆମ ସ୍ୱାସ୍ଥ୍ୟ ଆମ ଦାୟିତ୍ୱ” କାର୍ଯ୍ୟକର୍ମ କୁ ଆରମ୍ଭ କରାଯାଇଛି। ଅଙ୍ଗନବାଡି ସୁପରଭାଇଜର , ବ୍ଳକ କର୍ମଚାରୀ, ମିଶନ ଶକ୍ତି ବ୍ଳକ ସଂଯୋଜକ, HSC ବ୍ଳକ ଲେବଲ ସଦସ୍ୟ ଙ୍କ ସହିତ କୋରନା ଭୁତାଣୁ ସଂକ୍ରମଣର ମାଧ୍ୟମ , ଲକ୍ଷଣଓ ସଂଘରୋଧ କେନ୍ଦ୍ର ର ଆବଶ୍ୟକତା ଉପରେ ଆଲୋକପାତ କରିଛନ୍ତି। ଆଗାମୀ ଦିନରେ ପଞ୍ଚାୟତ ସ୍ତରରେ ଅଙ୍ଗନାବାଡି କର୍ମୀ , ଆଶାକର୍ମୀ,ଏ ଏନ ଏମ କର୍ମୀ ମାନଙ୍କୁ ଏହି ପ୍ରଶିକ୍ଷଣ ତାଲିମ ଦିଆଯିବ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ