ଭାଗବତ୍ ଗାଦୀର ପ୍ରଥମ ବାର୍ଷିକ ଉତ୍ସବ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ବ୍ଲକ ଅନ୍ତର୍ଗତ କାଳିବାଲି ଛକ ସ୍ଥିତ ଘଡଘଡାପଲ୍ଲୀ ଗ୍ରାମ ଠାରେ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ କାମିନି ଦାସୁଡୁ ସତ୍ୟମ ସେବା ନୃତ୍ୟ କଳା କେନ୍ଦ୍ର (ଭାଗବତ ଗାଦି) ପକ୍ଷରୁ ଭାଗବତ୍ ଗାଦୀର ପ୍ରଥମ ବାର୍ଷିକ ଉତ୍ସବ କେନ୍ଦ୍ରର ମୁଖ୍ୟ ଜୟଦେବ ପୁରସ୍କାର ପ୍ରାପ୍ତ ଦାସୁଡୁ ଗୁରୁ ଆର .ସତ୍ୟମ ରେଡ୍ଡୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ କୋହଲା ନୃତ୍ୟ , ପାଇକ ଆଖଡା ସମେତ ବିଭିନ୍ନ ଧାର୍ମିକ ନୃତ୍ୟ ପରିବେଷଣ ହୋଇଥିଲ।। କରୋନା ମହାମରୀ ରୁ କିପରୀ ଲୋକ ରକ୍ଷା ପାଇବେ ସେଥି ନିମନ୍ତେ ଘୃତ ଯଜ୍ଞ ଅନୁଷ୍ଠିତ ହୋଇଥିଲ।। ଏଥିରେ ଛତ୍ରପୁର ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରାଜେନ୍ଦ୍ର କୁମାର ମଲ୍ଲିକ, ଆଇନଜିବୀ ବାବୁ ନାହାକ, ଚମାଖଣ୍ଡି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବିନ୍ଦ୍ର କୁମାର ସେଠୀଙ୍କ ସମତେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗଦେଇ ଆୟୋଜକ କାରୀଙ୍କୁ ପ୍ରଶଂସା କରିବା ସହ କଳାକୁ ବଜାୟ ରଖିବା ନିମନ୍ତେ କୋହଲା ନୃତ୍ୟଧାରୀ ମାନେ ନିଜ ନୃତ୍ୟ ପରିବେଶଣ କରୁଛନ୍ତି ତାହା ଉନ୍ନତ ମାନର ବୋଲି ସେମାନେ କହିଥିଲେ । ଜିଲ୍ଲାର ବିଭିନ୍ନ ଅଂଚଳ ଶ୍ରଦ୍ଧାଳୁ ମାନେ ଯୋଗଦେଇ ମହାପ୍ରଭୂଙ୍କ ଦର୍ଶନ କରିବା ସହ ପ୍ରସାଦ ସେବନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଭାଗବତ କମିଟିର ପି.ସୁରିବାବୁ, ଏସ. ତିରୁପତି, ଏମ.ନାରସିମୁଲୁ, ଆଶୁତୋଷ ବେହେରା, ଆରତି ବେହେରା, ଆର . କାନକାମ୍ମା, ଏସ.ବିଶ୍ୱନାଥ, ଜେ. ଲାଚ୍ଛମେୟାଙ୍କ ବହୁ ସଭ୍ୟ ମାନେ ପରିଚାଳନାରେ ସହଯୋଗ କରିଥିଲେ । ଦୀର୍ଘ ୭ମାସ ଧରି ଚାଲିଥିବା ଭାଗବତ ପରାୟଣ ଆଜି ପୂର୍ଣ୍ଣାହୃତି ହୋଇଛି । ପୂର୍ବରୁ କେନ୍ଦ୍ର ପକ୍ଷରୁ କରୋନା ରୁ କିପରୀ ଜନସାଧାରଣ ସୁରକ୍ଷା ରହିବେ ସେଥି ନିମନ୍ତେ ମାସ୍କ ଓ ସଚେତନତା କରାଯାଇଥିଲ।। ଏହାସହ ବହୁ ଅସହାୟ ଲୋକଙ୍କୁ ସାହାର୍ଯ୍ୟ ମଧ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ