ଭାରତରେ ଗଚ୍ଛିତ ବିଦେଶୀ ମୁଦ୍ରାର ପରିମାଣରେ ଅଭିବୃଦ୍ଧି

ମୁମ୍ବାଇ : ଭାରତରେ ଗଚ୍ଛିତ ବିଦେଶୀ ମୁଦ୍ରା (ଫୋରେକ୍ସ)ର ପରିମାଣରେ ଅଭିବୃଦ୍ଧି ଘଟିଥିବା ନେଇ ଶୁକ୍ରବାର ସୂଚନା ମିଳିଛି । ଭାରତରେ ଗଚ୍ଛିତ ବିଦେଶୀ ମୁଦ୍ରାର ପରିମାଣରେ ୪୦ ପ୍ରତିଶତ ଅଭିବୃଦ୍ଧି ଘଟିବା ସହିତ ଏହା ୪.୬୦ବିଲିୟନ୍‌ ଡଲାରରେ ପହଞ୍ଚିଛି । ଶୁକ୍ରବାର ଦିନ ଆରବିଆଇ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ୩୧ ଜାନୁୟାରୀ ସୁଦ୍ଧା ଦେଶରେ ଗଚ୍ଛିତ ବିଦେଶୀ ମୁଦ୍ରା ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି । ଜାନୁୟାରୀ ୨୪ ସୁଦ୍ଧା ଗଚ୍ଛିତ ବିଦେଶୀ ମୁଦ୍ରାର ପରିମାଣ ୪୬୬.୬୯ ବିଲିୟନ୍‌ ଡଲାର ରହିଥିବା ବେଳେ ଏକ ସପ୍ତାହ ମଧ୍ୟରେ ୪୭୧.୩୦ ବିଲିୟନ୍‌ ଡଲାର ଅଭିବୃଦ୍ଧି ଘଟିଥିଲା । ବୈଦେଶିକ ମୁଦ୍ରାରେ ଅଭିବୃଦ୍ଧି ଘଟିବା ଦେଶ ପାଇଁ ଶୁଭ ସଙ୍କେତ ବୋଲି ଆରବିଆଇ ପକ୍ଷରୁ ପ୍ରକାଶ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ