ଭାରତ ପାଇଁ ଖୁସି ,କୁଳଭୂଷଣ ପାଇବେନି ଫାଶୀ

(ଯୁଗାବ୍ଦ ନ୍ୟୁଜ୍): ଭାରତକୁ ବଡ ସଫଳତା ମିଳିଛି । କୁଳଭୂଷଣ ମାମଲାରେ ଭାରତ ଆନ୍ତର୍ଜାତୀୟ ନ୍ୟାୟିକ ଅଦାଲତ (ଆଇସିଜେ) ବୁଧବାର ଭାରତ ସପକ୍ଷରେ ମାମଲାର ରାୟ ଶୁଣାଇଛନ୍ତି ।ଏହା ସହ କୁଳଭୂଷଣଙ୍କୁ ଇନସୁଲାର ଆଇସେସ୍ ଦିଆଯିବା ଆବଶ୍ୟକ ବୋଲି ଆଇସିଜେ ମତ ଦେଇଛନ୍ତି । ଆଇସିଜେର ୧୬ ସଦସ୍ୟ ମଧ୍ୟରୁ ୧୫ ଜଣ ଭାରତ ସପକ୍ଷରେ ରାୟ ପ୍ରକାଶ କରିଛନ୍ତି । ଏହା ସହ କୁଳଭୂଷଣଙ୍କୁ ପାକିସ୍ତାନ ଫାଶୀଦଣ୍ଡ ଦେଇ ପାରି୍ବ ନାହିଁ ବୋଲି ଆଇସିଜେ କହିଛନ୍ତି । ଆଇସିଜେଙ୍କ ରାୟ ମାମଲାର ରାୟ ପରେ ଭାରତରେ ଖୁସୀର ଲହରୀ ଦେଖିବାକୁ ମିଳିଛି । ୪୯ ବର୍ଷ ବୟସରେ କୁଳଭୂଷଣ ୨୦୧୬ ମସିହା ମାର୍ଚ୍ଚ ମାସରେ ପାକିସ୍ତାନ ଗିରଫ କରିଥିଲା । ଏହା ସହ କୁଳଭୂଷଣ ଗୁଇନ୍ଦାଗିରି କରୁଥିବା ପାକିସ୍ତାନ ଅଭିଯୋଗ କରୁଥିଲା । କିନ୍ତୁ ଭାରତ ବାରମ୍ବାର ଏହାକ୍ୁ ପ୍ରତ୍ୟାଖ୍ୟାନ କରିଥିଲା । ଗିରଫ ହେବାର ଏକ ବର୍ଷ ପରେ ତାଙ୍କୁ ପାକିସ୍ତାନର ସାମରିକ କୋର୍ଟ ଫାଶୀଦଣ୍ଡା ଦେଶ ଶୁଣାଇଥିଲେ । ଏହି ଘଟଣା ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଥିଲା । ଏହା ପରେ କୁଳଭୂଷଣଙ୍କୁ ନ୍ୟାୟ ଦେବା ପାଇଁ ପାକିସ୍ତାନ ବିରୋଦ୍ଧରେ ଆଇସିଜେଙ୍କ ଦ୍ୱାରସ୍ଥ୍ ହୋଇଥିଲା ଭାରତ । ଆଜି ଆଇସିଜେ କୋର୍ଟ ରାୟ ପ୍ରକାଶ ପରେ ଭାରତର ବଡ ବିଜୟ ହେବା ସହ ଭାରତରେ ଖୁସୀର ଲହରୀ ଦେଖିବାକୁ ମିଳିିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ