ଭାରତ ଗ୍ରସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍

ନୂଆଦିଲ୍ଳୀ – ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଫେବ୍ରୁଆରି ମାସ ଦ୍ବିତୀୟ ସପ୍ତାହରେ ଭାରତ ଆସିପାରନ୍ତି ବୋଲି ସୂଚନା ମିଳିଛି । ଭାରତ ଓ ଆମେରିକାର ଅଧିକାରୀମାନେ ଆଲୋଚନା କରି ତାରିଖ ନିର୍ଦ୍ଧାରଣ କରିବା ପରେ ଟ୍ରମ୍ପ୍ ଙ୍କ ଗ୍ରସ୍ତ କାର୍ଯ୍ୟକ୍ରମ ଆରମ୍ଭ ହେବ । ଗତବର୍ଷ ଗଣତନ୍ତ୍ର ଦିବସ ପରେଡ୍ ସମୟରେ ଟ୍ରମ୍ପ୍ଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ ଦିଆଯାଇଥିଲା। ମାତ୍ର ସେ ସମୟରେ ଟ୍ରମ୍ପ୍ ଭାରତ ଆସିବାକୁ ଅସମର୍ଥ ବୋଲି ପ୍ରକାଶ କରିଥିଲେ। ସେ ସମୟର ନିମନ୍ତ୍ରଣ ରକ୍ଷା କରି ଟ୍ରମ୍ପ୍ ଦୀର୍ଘ ବର୍ଷେ ପରେ ଭାରତ ଆସିବେ ବୋଲି ବିଭିନ୍ନ ସୂତ୍ରରୁ ପ୍ରକାଶ ପାଇଛି। ତେବେ, ଏ ନେଇ ଏଯାବତ୍ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ। ଉଲ୍ଲେଖଯୋଗ୍ୟ, ୨୦୧୮ ମସିହା ସେପ୍ଟମ୍ବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ରମ୍ପ୍ଙ୍କୁ ନିମନ୍ତ୍ରଣ ଦେଇ ୨୦୧୯ ଜାନୁଆରି ୨୬ ତାରିଖରେ ଭାରତର ସାଧାରଣତନ୍ତ୍ର ଦିବସ ପରେଡ୍ରେ ମୁଖ୍ୟ ଅତିଥି ହୋଇ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଥିଲେ। ମାତ୍ର ସେହିବର୍ଷ ଅକ୍ଟୋବର ମାସରେ ହ୍ବାଇଟ୍ ହାଉସ୍ ପକ୍ଷରୁ ଖବର ଆସିଥିଲା ଯେ ନିଜର ବ୍ୟସ୍ତ କାର‌୍ୟ୍ୟସୂଚୀ କାରଣରୁ ଟ୍ରମ୍ପ୍ ଭାରତ ଗସ୍ତ କରିବାକୁ ଅସମର୍ଥ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ