ଭାରତ ସ୍କାଉଟ୍‌ସ୍ ଓ ଗାଇଡ଼୍‌ସ୍‌ର ପ୍ରତିଷ୍ଠା ଦିବସ ପାଳନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଭାରତ ସ୍କାଉଟସ୍ ଓ ଗାଇଡ଼୍‌ସ ସଂସ୍ଥାର ପ୍ରତିଷ୍ଠା ଦିବସ ନଭେମ୍ବର ୭ ତାରିଖ ଦିନ ସର୍ବ ଭାରତୀୟ ସ୍ତରରେ ପାଳିତ ହୋଇଆସୁଅଛି । ଚଳିତ ବର୍ଷ ମଧ୍ୟ ଏହି ଦିବସକୁ ସ୍କାଉଟ୍ ଗାଇଡ଼୍ ସଂସ୍ଥା ଓଡ଼ିଶା ଶାଖା ତରଫରୁ ଏକ ନିଆରା ରୂପରେ ପାଳନ କରୁଅଛି; ଯାହାକି ତା୬.୧୧.୨୦୨୩ରିଖ ଦିନ ଭୁବନେଶ୍ୱରର ସ୍କାଉଟ୍ ଗାଇଡ଼୍ ପିଲାମାନଙ୍କ ନୃତ୍ୟ ପ୍ରତିଯୋଗିତାରୁ ଆରମ୍ଭ ହୋଇ ତା୧୦.୧୧.୨୦୨୩ରିଖ ପର୍ଯ୍ୟନ୍ତ “କଲ୍‌ଚରାଲ୍ ଫ୍ୟୁଜନ୍‌”୍ କାର୍ଯ୍ୟକ୍ରମରେ ଶେଷ ହେବ । ଏଥିରେ ଓଡ଼ିଶାର ୨୨ଟି ଜିଲ୍ଲାରୁ ୭୦୦ ସ୍କାଉଟ୍ ଗାଇଡ଼୍ ଯୋଗଦାନ କରିବାର ସ୍ଥିରୀକୃତ ହୋଇଛି । ନାଚଗୀତ ସହିତ ଆଂଚଳିକ ଖାଦ୍ୟ, ହସ୍ତକଳା ମେଳା ଆଦି କାର୍ଯ୍ୟକ୍ରମ କରାଯିବ । ୭ତାରିଖ ଦିନ ପ୍ରତିଷ୍ଠା ଦିବସ ଅବସରରେ ସ୍କାଉଟ୍ ଗାଇଡ଼୍ ମାନେ ବିଭିନ୍ନ ସ୍ଥାନକୁ ଯାଇ ସ୍କାଉଟ୍ ଗାଇଡ଼୍‌ର ପ୍ରତୀକ ଚିହ୍ନର ପତାକା ସମସ୍ତଙ୍କୁ ପ୍ରଦାନ କରିବେ । ଜାତୀୟ ଉପସଭାପତି ତଥା ରାଜ୍ୟ ମୁଖ୍ୟ କମିଶନର ଡଃ କାଳି ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଉକ୍ତ କାର୍ଯ୍ୟକ୍ରମ ପରିଚାଳିତ ହେବ । ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍‌ସ୍ ଓ ଗାଇଡ଼ସ୍ ସଭାପତି ତଥା ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମାନ୍ୟବର ରାଜ୍ୟପାଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପିଲାମାନେ ଭେଟି ପ୍ରତୀକ ପତାକା ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ