ଭାରସାମ୍ୟ ହରାଇ ଓଲଟିଲା ବସ

(ଯୁଗାବ୍ଦ ନ୍ୟୁଜ) ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ବୋରି ରାସ୍ତାରେ ଥିବା ପାଣି ଫେଂକ୍ଟ୍ରି ନିକଟରେ ଦର୍ପ ନାମକ ଏକ ମିନି ବସ ଭାରସାମ୍ୟ ହରାଇ ଓଲଟି ୧ମୃତ , ୧୦ ଆହତ ହୋଇଥିବା ସୂଚନା । ସୂଚନା ମୁତାବକ ମିନିବସ ଟି ବେଲଗୁଣ୍ଠା ଥାନା ଅନ୍ତର୍ଗତ ତନରଡା ଗ୍ରାମରୁ ଜଣ ଲୋକଙ୍କୁ ନେଇ ବୋରି ଗ୍ରାମକୁ ଏକ ନିର୍ବନ୍ଧ ଭୋଜି ନିମନ୍ତେ ଆସିଥିଲା । ଭୋଜିଖାଇ ମଧ୍ୟ ରାତ୍ର ରେ ପୁଣି ବୋରି ଗ୍ରାମରୁ ତନରଡା ଫେରିବା ବେଳେ ଗାଙ୍ଗପୁର ନିକଟ ପାଣି ଫେଂକ୍ଟ୍ରି ଠାରେ ଭାରସାମ୍ୟ ହରାଇ ରାସ୍ତାକଡକୁ ମିନିବସ ଟି ଓଲଟି ଯାଇଥିଲାା ଫଳରେ ଗାଡ଼ିରେ ଥିବା ୧୦ ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଥିବା ବେଳେ ଜଣ ଙ୍କ ମୃତୁ ଘଟିଥିଲା । ମୃତକ ଜଣକ ହେଲେ ତନରଡା ଗ୍ରାମର ଗୋବର୍ଦ୍ଧନ ଜେନା । ଘଟଣା ସ୍ଥଳରେ ଗାଙ୍ଗପୁର ଥାନା ପୋଲିସ ପହଂଚି ସମସ୍ତ ଆହତ ଙ୍କୁ ଭଞ୍ଜନଗର ବ୍ରହ୍ମପୁର ବଡ଼ ମେଡିକାଲ କୁ ପଠାଇ ଥିବା ବେଳେ ଗାଡିକୁ ଜବତ କରିବା ସହ ଘଟଣା ର ତଦନ୍ତ ଚଳାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ