ଭିଟାମିନ ଏ ଓ କୃମି ନାଶକ ଔଷଧ ସମ୍ପର୍କରେ କର୍ମଶାଳା

ବୁଗୁଡା, (ଅନିଲ କୁମାର ମହାରଣା):ସ୍ଥାନୀୟ ଶ୍ରୀ ବଳଦେବ ଜୀଉ କଲ୍ୟାଣ ମଣ୍ଡପ ପରିସରରେ ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ‘ ଇଣ୍ଡିଆ ‘ ପକ୍ଷରୁ , ଭିଟାମିନ ଏଞ୍ଜେଲସ, ଇଣ୍ଡିଆ ସହାୟତାରେ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୬ ମସାରୁ ୫ ବର୍ଷର ଶିଶୁ ଅପପୁଷ୍ଟି ଦୂରୀକରଣ ପାଇଁ କାର୍ଯ୍ୟକାରୀ ହେଉଥିବା ଅତିରିକ୍ତ ପୋଷଣ ଉପଚାର କାର୍ଯ୍ୟକ୍ରମରେ ନିୟୋଜିତ କର୍ମୀମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ଭିଟାମିନ ଏଞ୍ଜେଲସ, ଇଣ୍ଡିଆ ସଗାୟତାରେ ” ଇଣ୍ଡିଆ ” ଏନଜିଓ ପକ୍ଷରୁ ବୁଗୁଡା, ପୋଲସରା ଓ ଜଗନ୍ନାଥ ପ୍ରସାଦ ବ୍ଳକର ୮୨ ଗୋଟି ଦଳିତ ଓ ଆଦିବାସୀ ପରିବାରର ୨୨୭୫ ଜଣ ଶିଶୁଙ୍କୁ ଭିଟାମିନ ଏ ଦ୍ରବଣ ଓ କୃମି ନାଶକ ବଟିକା ବଣ୍ଟନ କରାଯିବ। କାର୍ଯ୍ୟକ୍ରମରେ ଏଞ୍ଜେଲସ ଇଣ୍ଡିଆର ରାଜ୍ୟ କାର୍ଯ୍ୟକ୍ରମ ଅଧିକାରୀ ଦୀନବନ୍ଧୁ ମହାରଣା ତାଲିମ ପ୍ରଦାନ କରିଥିଲେ। ତାଲିମ ଶିବିରରେ ବିଶିଷ୍ଟ ସମାଜସେବୀ ତଥା ଶିକ୍ଷାବିତ ବଂଶୀଧର ନାୟକ ଓ ରଘୁନାଥ ସାହୁ ଅତିଥି ଭାବେ ଯୋଗଦେଇଥିଲେ। ସ୍ବେଚ୍ଛାସେବୀ ସଙ୍ଗଠନ ଇଣ୍ଡିଆ ର ସମ୍ପାଦକ ତଥା ଡ଼ାଇରେକ୍ଟର ଡକ୍ଟର କୁମୁଦ ଚନ୍ଦ୍ର ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ବରିଷ୍ଠ କାର୍ଯ୍ୟକ୍ରମ ଅଧିକାରୀ କିଶୋର ଚନ୍ଦ୍ର ମହାନ୍ତି ଏବଂ ଗୋଷ୍ଟୀ ସଙ୍ଗଠକ ବବିତା ସାହୁ, ସଞ୍ଜୟ ପ୍ରଧାନ, ରଶ୍ମିତା ବେହେରା, ସନ୍ତୋଷ ନାୟକ, ମମତା ପ୍ରଧାନ, ମମତା ନାୟକ,ଓ ମଞ୍ଜୁଲତା ମଲିକ ପରିଚାଳନା ରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ