ବୁଗୁଡା ବନବିଭାଗ ପକ୍ଷରୁ ବିଶ୍ୱ ପରିବେଶ ଦିବସ

ବୁଗୁଡା, (ଅନିଲ କୁମାର ମହାରଣା):ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ବୁଗୁଡା ବନାଞ୍ଚଳ ପକ୍ଷରୁ ବୁଦ୍ଧଖୋଲ ପ୍ରକୃତି ଉଦ୍ୟାନ ପରିସରରେ ଜୁନ ୫ ତାରିଖ ଦିନ ବିଶ୍ୱ ପରିବେଶ ଦିବସ ପାଳନ ହୋଇଯାଇଛି। ଏଥିରେ “ପ୍ଲାଷ୍ଟିକ ପ୍ରଦୂଷଣ ପାଇଁ ସମାଧାନ” ଶୀର୍ଷକ ଉପରେ ଆଲୋଚନା ହୋଇଥିଲା। ପ୍ଲାଷ୍ଟିକ ଦ୍ୱାରା ପରିବେଶ କିପରି ପ୍ରଦୂଷଣ ହେଉଛି ଓ ତାହାର କିପରି ସମାଧାନ ହୋଇପାରିବ ଅତିଥି ବୃନ୍ଦ ବକ୍ତବ୍ୟ ରଖିଥିଲେ। ବୁଗୁଡା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବୁଦ୍ଧଖୋଲ ଉନ୍ନୟନ ସମିତି ସାଧାରଣ ସମ୍ପାଦକ ତଥା ଶିକ୍ଷାବିତ ସୁରେଶ ଚନ୍ଦ୍ର ଦାଶ ଅତିଥି ଭାବେ ଯୋଗଦେଇ ପ୍ଲାଷ୍ଟିକ ମୁକ୍ତ ପରିବେଶ ବିଷୟରେ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ବିଭାଗୀୟ କର୍ମଚାରୀ ଙ୍କ ସମେତ ଜନସାଧାରଣ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ