ପାନ୍‌ ଓ ଆଧାର ଲିଙ୍କ୍‌ ସମୟ ସୀମା ବଢିଲା

ନୂଆଦିଲ୍ଲୀ : ଲୋକଙ୍କ ଆବଶ୍ୟକତା ଦୃଷ୍ଟିରୁ ପାନ୍‌ ଓ ଆଧାର ଲିଙ୍କର ସମୟ ସୀମା ବଢାଇ ଦିଆଯାଇଛି। ସମ୍ପ୍ରତି ଏହାକୁ ୨୦୨୦ ମାର୍ଚ୍ଚ ୩୧ ଯାଏଁ ବୃଦ୍ଧି କରାଯାଇଛି । ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ୨୦୧୯ ଡିସେମ୍ବର ୩୧ରେ ଏହି ସମୟ ସୀମା ଶେଷ ହେଉଥିବା ବେଳେ ଏହାକୁ ବୃଦ୍ଧି କରାଯାଇଛି । ଏହାକୁ ମିଶେଇ ସରକାର ଆଠ ଥର ପାନ୍‌ ଓ ଆଧାର ଲିଙ୍କ୍‌ ସମୟ ସୀମାକୁ ବୃଦ୍ଧି କରିସାରିଲେଣି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ