ଭିନ୍ନ ଗାଡିକୁ ନେଇ ଛେଚା ଖାଇଲା ମଦ୍ୟପ ଚାଳକ
ହାଟଡ଼ିହି, (ବିକାଶ ବିଶ୍ୱାଳ):ଛେନାପଦି ଛକରେ ଗତକାଲି ସନ୍ଧ୍ୟାରେ ଆଖି ପିଛୁଳାକେ ଏକ ଟାଟା ମାକ୍ସିମା ଗାଡିକୁ ନେଇଯାଇ ଛେଚା ଖାଇଲା ଜଣେ ଗାଡି ଚାଳକ । ସୁଚନାରୁ ଜଣାଯାଇଛି ଯେ ବନ୍ତ ଅଞ୍ଚଳର ଜଣେ ଗାଡି ଚାଳକ ଏକ ଗାଡି ମରାମତି କରିବାକୁ ଟାଟା ମେଜିକ ଗାଡି ଧରି ଛେନାପଦିଛକର ଏକ ଗ୍ୟାରେଜକୁ ଆସିଥିଲା । ଗାଡିକୁ ଗ୍ୟାରେଜରେ ଦେଇଦେଇ ସେ ମଦ ପିଇବାକୁ ଚାଲି ଯାଇଥିଲା । ଭାତକରୁଆ ଗ୍ରାମର ଜଣେ ବ୍ୟକ୍ତି ନିଜ ଟାଟା ମ୍ୟାକ୍ସିମା ଗାଡି ଧରି ଆଳୁ ନେବାପାଇଁ ଗୋଦାମ ନିକଟରେ ଥୋଇଦେଇ ଆଳୁ କିଣୁଥିବାବେଳେ ଗାଡିର ଚାବିଟି ଗାଡିରେ ଲାଗି ରହିଥିଲା । ମଦ୍ୟପ ଚାଳକ ଜଣକ ସିଧାସଳଖ ଆସି ଗାଡି ଷ୍ଟାଟ ମାରି ଗାଡିଟିକୁ ନେଇ ପଳାଇଥିଲା । ଭାତକରୁଆ ଗ୍ରାମର ବ୍ୟକ୍ତି ଜଣକ ଆଲୁ ଓଜନ ସାରି ଗାଡି ଖୋଜିବା ବେଳକୁ ଆଉ ଗାଡିକୁ ପାଇ ନଥିଲା । ନିକଟରେ ଥବବା ସିସି ଟିଭି କ୍ୟାମେରାରୁ ଜଣେ ଯୁବକ ଗାଡିଟିକୁ ନେଇ ହୌାଟଡିହି ଆଡକୁ ନେଇଯାିଥିବା ଦେଖିବାକୁ ମିଳିଥିଲା । ତେଣୁ ଗାଡି ମାଲିକ ଓ ଆଉ କିଛି ବ୍ୟବସାୟୀ ଏନେଇ ସଙ୍ଗେ ସଙ୍ଗେ ନନ୍ଦିପଦା ପୁଲିସକୁ ସୁଚନା ଦେବାସହିତ ବିଭିନ୍ନ ଆଡେ ଯାଇ ଖୋଜାଖୋଜି କରିଥିଲେ । ଦୁଇଘଟଣ୍ଟା ପରେ ସେହି ଗାଡି ଚାଳକ ଜଣକ ଏହା ତାର ଗାଡି ନୁହେଁ ବୋଲି ଜାଣି ଗାଡିଟିକୁ ଫେରାଇବାକୁ ଆଣି ଆଣୁଥିବାବେଳେ ସ୍ଥାନୀୟ କିଛି ଲୋକ ତାକୁ ଚୋର ଭାବି ଭଲକରି ଉତ୍ତମ ମଦ୍ୟମ ଦେଇଥିଲେ । ପରେ ତାକୁ ପୁଲିସକୁ ହସ୍ତାନ୍ତର କରିବାପରେ ପୁଲିସ ଅନେକ ପଚରା ଉଚରା କରିବାପରେ ଏହା ମଦ ନିଶାର କରାମତି ବୋଲି ଜାଣିବାପରେ ଉଭୟ ପକ୍ଷଙ୍କ ସହମତିରେ ଗାଡି ଚାଳକ ଜଣକୁ ଛାଡି ଦେଇଥିବା ଜଣାଯାଇଛି ।


