ସାମ୍ବାଦିକ କିଶୋର ଆଚାର୍ଯ୍ୟ ସମ୍ବର୍ଦ୍ଧିତ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ମରୈଗାଁ ଠାରେ ତାରିଣୀ ପାଲାକାର ପରିଷଦର ଜିଲ୍ଲାସ୍ତରୀୟ ସମ୍ମିଳନୀରେ ହାଟଡିହି ଅଞ୍ଚଳର ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା ଓୟୁଜେ ସଂଘର ଉପସଭାପତି ଓ ଆନନ୍ଦପୁର ପ୍ରେସ କ୍ଲବର ଉପସଭାପତି ଥିବା କିଶୋର ଚନ୍ଦ୍ର ଆଚାର୍ଯ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସେ କେବଳ ନିଜର ଲେଖନୀ ବଳରେ ଏ ଅଞ୍ଚଳର ଅନେକ ସମସ୍ୟାକୁ ଲୋକ ଲୋଚନକୁ ଆଣିବା ସହିତ ସାହିତ୍ୟ ଓ ସାମାଜିକ କାର୍ଯ୍ୟକ୍ରମରେ ନିଜକୁ ଉତ୍ସର୍ଗୀକୃତ କରିପାରିଛନ୍ତି । ରକ୍ତଦାନ ହେଉ କିମ୍ବା ବୃକ୍ଷ ରୋପଣ ସେ ନିଜ କର୍ତ୍ତବ୍ୟକୁ ପ୍ରାଥମିକତା ଦେଇ ଆଜି ସର୍ବତ୍ର ଗ୍ରହଣୀୟ ହୋଇପାରିଛନ୍ତି । ଆଜି ଜିଲ୍ଲାସ୍ତରୀୟ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୀଳାଚଳ ନିଖିଳ ଉତ୍କଳ ପାଲାଗାୟକ ପରିଷଦର ରାଜ୍ୟ ସଭାପତି ଗାୟକ ସିଦ୍ଧାନ୍ତଦର୍ଶୀ ମଦନ ମୋହନ ଜେନା, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଧିରେନ କୁମାର ମହାନ୍ତି, ଆନନ୍ଦପୁର କଲେଜର ପ୍ରାକ୍ତନ ଅଧ୍ୟକ୍ଷ ରମାକାନ୍ତ ନାୟକ, ଯୁଦ୍ଧିଷ୍ଠିର ପରିଜା, ଶିଶୁ ସାହିତ୍ୟିକ ତଥା ଆନନ୍ଦପୁର ଲେଖକ ସମାବାୟ ସମିତିର ସମ୍ପାଦକ ରତ୍ନାକର ଦାସ ପ୍ରମୁଖ ତାଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ତାଙ୍କୁ ଏହି ସମ୍ବର୍ଦ୍ଧିତ କରାଯିବା ପରେ ହାଟଡିହି ବ୍ଲକ ସମ୍ବାଦ ସାହିତ୍ୟଘରର ସମସ୍ତ କର୍ମକର୍ତ୍ତା, ବଉଳା ସାହିତ୍ୟ ସଂସଦର ସମସ୍ତ କର୍ମକର୍ତ୍ତା, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଉପାଧ୍ୟକ୍ଷ ରତିକାନ୍ତ ରାଉତ, ସଦସ୍ୟ ବିମ୍ବାଧର ବିଶ୍ୱାଳ, ବଞ୍ଚୋ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ ରାଉତ, ପୁର୍ବତନ ସରପଞ୍ଚ ଶଶାଙ୍କ ଶେଖର ପୁହାଣଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।


