ଭୁଟାନରେ ଛୁଟି କଟାଉଛନ୍ତି ବିରୁଷ୍କା

ନୂଆଦିଲ୍ଲୀ : ବାଂଲାଦେଶ ଶୃଙ୍ଖଳାରୁ ବିଶ୍ରାମ ନେଇଥିବା ଭାରତୀୟ ଅଧିନାୟକ ବିରାଟ କୋହଲି ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଭୁଟାନରେ ଛୁଟି କଟାଉଛନ୍ତି । ଉଭୟଙ୍କୁ ସେଠାକାର ଏକ ହୋଟେଲର କର୍ମଚାରୀମାନେ ସ୍ୱାଗତ କରୁଥିବାର ଫଟୋ ପଦାକୁ ଆସିବା ପରେ ଏକଥା ଜଣାପଡ଼ିଛି । ଏହି ଫଟୋରେ ବିରାଟ-ଅନୁଷ୍କା ବେଶ୍ ଖୁସି ଥିବା ଦେଖିବାକୁ ମିଳୁଛି । ବିରାଟ କଳା ଟ୍ରାକସୁଟ ଏବଂ ଷ୍ଟାଇଲିସ୍ ଗଗଲ୍ସ ପିନ୍ଧିଥିଲା ବେଳେ ଅନୁଷ୍କା ମଧ୍ୟ କଳା ପ୍ୟାଣ୍ଟ ଏବଂ ଗୋଳାପୀ ସ୍ୱିଟ୍ ସାର୍ଟ ପିନ୍ଧି ବେଶ୍ ସୁନ୍ଦର ଦେଖା ଯାଉଛନ୍ତି । ଉଭୟ ନିଜ ନିଜର କାନ୍ଧରେ ବ୍ୟାଗ୍ ରଖିଥିଲା ବେଳେ ଭୁଟାନରେ ପହଞ୍ଚି ବେଶ୍ ଆନନ୍ଦିତ ଥିଲା ଭଳି ମନେ ହେଉଛନ୍ତି । ଆଗାମୀ ସମୟରେ ନିଜ ଭୁଟାନ ଭ୍ରମଣର ଆଉ କିଛି ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିବାକୁ ପ୍ରଶଂସକମାନେ ଭାରତୀୟ କ୍ରୀଡ଼ାର ଏହି ଚର୍ଚ୍ଚିତ ଯୋଡ଼ିଙ୍କୁ ଅନୁରୋଧ କରିଛନ୍ତି । ଏହା ପୂର୍ବରୁ କୋହଲି-ଅନୁଷ୍କାଙ୍କ କର୍ବାଚୌଥ ଫଟୋ ବେଶ୍ ଚର୍ଚିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ