ଭୁବନେଶ୍ୱରରେ ଆଉ ୩୨ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରେ କରୋନାକୁ ନେଇ ଅଣାୟତ୍ତ ପରିସ୍ଥିତି ସୃଷ୍ଟି ହୋଇଛି । ସହରରେ କରୋନା ବେକାବୁ ହୋଇଛି । ଏହାରି ଭିତରେ ଗୁରୁବାର ଭୁବନେଶ୍ୱରରେ ପୁଣି ୩୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୪ ଓ ଲୋକାଲ କଣ୍ଟାକ୍ଟ କେସ ୧୮ ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି । ଜଣେ ନୂଆପଲ୍ଲୀ ଆଇଆରସି ଭିଲେଜରୁ ଓ ଅନ୍ୟ ଜଣେ ବ୍ରିଟ କଲୋନୀରୁ ଚିହ୍ନଟ ହୋଇଛନ୍ତି । ଜଣେ କରୋନା ଆକ୍ରାନ୍ତ ଭୀମଟାଙ୍ଗି ପିପୁଲସ ବସ୍ତିରୁ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜଣେ ଆକ୍ରାନ୍ତ ଚନ୍ଦ୍ରଶେଖରପୁର ଗୋପବନ୍ଧୁ ସ୍କୁଲ ପାଖରୁ ଚିହ୍ନଟ ହୋଇଛନ୍ତି । ଜଣେ କେନ୍ଦ୍ରୀୟ ହସ୍ପିଟାଲ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ୟୁନିଟ-୨ ମାର୍କେଟ ବିଲଡିଂ ନିକଟରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବରମୁଣ୍ଡା ଅଞ୍ଚଳରୁ ଜଣେ, ଗଙ୍ଗନଗର ଅଞ୍ଚଳରୁ ଜଣେ, ନୟାପଲ୍ଲୀ ନୂଆସାହିରୁ ଜଣେ ଓ ୨ ଜଣ ନୂଆଗାଁ ପେଟ୍ରୋଲ ପମ୍ପ ପାଖରୁ ଚିହ୍ନଟ ହୋଇଛନ୍ତି । ଜୟଦେବବିହାର ସାଲିଆସାହିରୁ ଜଣେ, ନଖରା ବାଲିଅନ୍ତାରୁ ଜଣେ, ଭରତପୁର ଗଣେଶବଜାର ମନ୍ଦିର ପାଖରୁ ଜଣେ ଓ ରସୁଲଗଡ଼ରୁ ଜଣେ ଚିହ୍ନଟ ହୋଇଛନ୍ତି । ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ଶାମପୁର ଭିଲେଜରୁ ମଧ୍ୟ ଜଣେ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ଆଜି ଭୁବନେଶ୍ୱରରେ ୭ ଆକ୍ରାନ୍ତ ସୁସ୍ଥ ହୋଇଥିବା ବିଏମସି ପକ୍ଷରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ