ଭୁବନେଶ୍ୱରରେ ଆଉ ୬ ପଜିଟିଭ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରେ ଦିନକୁ ଦିନ ଦ୍ରୁତ ଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ରବିବାର ଆଉ ୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣ ହୋମକ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୩ ଜଣ ଲୋକାଲ କଣ୍ଟାକ୍ଟ କେସ ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ହୋମକ୍ୱାରେଣ୍ଟାଇନରୁ ଚିହ୍ନଟ ୩ ଜଣ ଡୁମୁଡୁମା, ନୟାପଲ୍ଲୀ ଓ ବାପୁଜୀ ନଗରର ବୋଲି ଜଣାଯାଇଛି । ୩ ଲୋକାଲ କେସରୁ ଏକ ଘରୋଇ ହସ୍ପିଟାଲର ଜଣେ ମହିଳା କର୍ମଚାରୀ ସାମିଲ ଅଛନ୍ତି । ଆଉ ଜଣେ ଟଙ୍କପାଣି ରୋଡ ରାଜାରାଣୀ ମନ୍ଦିର ନିକଟ ଜଣେ ୫୫ ବର୍ଷୀୟ ପୁରୁଷ ସାମିଲ ଅଛନ୍ତି । ସେହିପରି ଅନ୍ୟଜଣେ ଲୋକାଲ କେସ ଫରେଷ୍ଟ ପାର୍କ ଅଞ୍ଚଳର ୩୬ ବର୍ଷୀୟ ଯୁବକ ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ଆଜି ଭୁବନେଶ୍ୱରରେ ୧୯ ଜଣ ସୁସ୍ଥ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ