ଭୁବନେଶ୍ୱରରେ ଆଉ ୯ ପଜିଟିଭ
ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ପୁଣି ୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହୋମ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୮ ଜଣ ଲୋକାଲ କଣ୍ଟାକ୍ଟ କେସ ବୋଲି ଜଣାଯାଇଛି । ଏୟାରପୋର୍ଟ କଲୋନୀରୁ ହୋମ କ୍ୱାରେଣ୍ଟାଇନ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବାବେଳେ ସେ ଦିଲ୍ଲୀ ଫେରନ୍ତା ବୋଲି ଜଣାଯାଇଛି । ଅନ୍ୟପକ୍ଷରେ ୮ ଲୋକାଲ କେସ ମଧ୍ୟରୁ ୪ ଜଣ ଆକ୍ରାନ୍ତ ଲକ୍ଷ୍ମୀବଜାର ଶିରିପୁର ବସ୍ତି ଲିଙ୍କରୁ ଚିହ୍ନଟ ହୋଇଛନ୍ତି । ସେହିପରି ଆରବିଆଇ ଅଫିସ ପାଖ ଏକ ଘରୋଇ ସିକ୍ୟୁରିଟି ଗାର୍ଡ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହାଛଡ଼ା ୩ ଜଣ ଆକ୍ରାନ୍ତ ଏକ ଘରୋଇ ହସ୍ପିଟାଲର କର୍ମଚାରୀ । ସେମାନେ ପୂର୍ବ ଆକ୍ରାନ୍ତଙ୍କ ଲିଙ୍କରେ ଥିଲେ ।ଅନ୍ୟପକ୍ଷରେ ଭୁବନେଶ୍ୱରରେ ଆଜି ୧୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।


